ନରସି˚ହପୁର : ନରସି˚ହପୁର ପୂର୍ବ ବନାଞ୍ଚଳ ତଥା ବୋକୋଡ଼ା ସେକ୍ସନ ଅଧୀନ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟ ଅଞ୍ଚଳର ମହୁଲମଡ଼ା ଗ୍ରାମ ନିକଟ ଗୁପ୍ତମାଣିକ ରାସ୍ତା ପାର୍ଶ୍ବରେ ଗତ ୧୭ ତାରିଖ ଦିନ ଏକ ଆହତ ଦନ୍ତା ହାତୀ ପଡ଼ି ରହିଥିବା ଦେଖାଯାଇଥିଲା। ଖବର ପାଇ ବନ ବିଭାଗ କର୍ତ୍ତୃପକ୍ଷ ଓ ଚିକିତ୍ସକ ପହଞ୍ଚି ହାତୀର ଚିକିତ୍ସା କରିଥିଲେ। ମାତ୍ର ୧୮ ତାରିଖ ଭୋର ୫ଟାରେ ଆହତ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ହାତୀଦାନ୍ତ ଚୋରି ଉଦ୍ଦେଶ୍ୟରେ ହାତୀଟିକୁ ଶିକାରୀ ଗୁଳି କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ବନ ବିଭାଗ ଏହାକୁ ଖଣ୍ତନ କରିଛି। ଆଠଗଡ଼ ଡିଏଫ୍ଓ ସୁଶ୍ରୀ ସୁଶ୍ମିତା ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ପୂର୍ଣ୍ଣଚନ୍ଦ୍ର ଗୁରୁ, ନରସି˚ହପୁର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ ଅଭିରାମ ଜେନା, ଗୋପପୁର ଫରେଷ୍ଟର, ବୋକଡ଼ା ଫରେଷ୍ଟର ବାମନ ଚରଣ ରାଉତ, ଦେବଭୂଇଁ ଫରେଷ୍ଟରଙ୍କ ସମତେ ନରସି˚ହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ମୃତ ଘୋଷଣା କରିଥିଲେ। ପରେ ହାତୀର ଶବ ବ୍ୟବଚ୍ଛେଦ କରାଯିବା ସହ ୮୦ ସେମି ଓ ୭୫ ସେମି ମିଟର୍ର ଦୁଇଟି ଦାନ୍ତ କଢ଼ାଯାଇ ନରସି˚ହରୁ ରେଞ୍ଜ ଅଫିସ୍କୁ ଅଣାଯାଇଛି। ବ୍ୟବଚ୍ଛେଦ ପରେ ହାତୀର ମୃତଦେହ ଜଙ୍ଗଲ ନିକଟରେ ପୋତି ଦିଆଯାଇଛି। ଉଦ୍ଧାର ହାତୀଦାନ୍ତ ଆଠଗଡ଼ ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯିବ ବୋଲି ରେଞ୍ଜ ଅଧିକାରୀ ଅଭିରାମ ଜେନା ସୂଚନା ଦେଇଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ
Advertisment
Follow Us