ବିଲ ଭିତରୁ ଦନ୍ତାର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment
ଯୁଯୁମୁରା ଅଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ

Pinterest

ଟାଙ୍ଗୀ: ବିଲ ଭିତରୁ ଦନ୍ତାର ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଗଛପତ୍ର ଗାଁ ନିକଟ ବିଲରେ ଆଜି ଅପରାହ୍ନରେ ‘ଦନ୍ତା’ର ମୃତଦେହ ଠାବ ହୋଇଛି। ତେବେ ଦନ୍ତାର ମୃତ୍ୟୁର କାରଣ ଅସ୍ପଷ୍ଟ ଅସ୍ପଷ୍ଟ ଥିଲା ବେଳେ ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି।

ସୂଚନା ଅନୁସାରେ ‌ପଟିଆ ପଞ୍ଚାୟତ ଅଧିନ ଗଛପତ୍ର ରାଜସ୍ବ ଗ୍ରାମ କୋଦଳାପଲ୍ଲୀର ଏକ ଧାନବିଲ ଭିତରେ ଦନ୍ତାର ମୃତଦେହ ଆଜି ସକାଳୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବନ ବିଭାଗର କର୍ମଚାରୀ ତଥା ଟାଙ୍ଗି ରେଞ୍ଜର ଦେବାଶିଷ ଭୋଇ, ଭୁଷଣପୁର, ପଟିଆ ଓ ଟାଙ୍ଗି ଫରେଷ୍ଟର, ଏସ୍‌ସିଏଫ୍‌ଓ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀର ପୋଷ୍ଟମର୍ଟମ ପରେ ଗାତ ଖୋଳି ଜେସିବି ସାହାଯ୍ୟରେ ପେତା ଦିଆଯାଇଛି। ତେବେ ହାତୀ ମୃତ୍ୟୁ କାରଣ ଜଣାପଡ଼ି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ବିଗତ କିଛି ଦିନ ହେଲା ୧୮ଟିକିଆ ହାତୀପଲ ବୁଲୁଛନ୍ତି। ଏମାନେ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ହାତୀ ଉତ୍ପାତ ନେଇ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଲୋକେ ଭୟର ସହିତ ଜୀବନ ବିତାଉଛନ୍ତି। ଆଉ ୨ ସପ୍ତାହ ପରେ ଧାନ କଟା ଆରମ୍ଭ ହେବାକୁ ଥିବା ବେଳେ ହାତୀମାନେ ଫସଲ ନଷ୍ଟ କରୁଥିବାରୁ ଚାଷୀମାନଙ୍କର ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe