ବାମରା ବନଖଣ୍ତ ଖଳାଶୁଣି ଅଭୟାରଣ୍ୟର ଟୁରିବାହାଳ ଜଙ୍ଗଲରେ ହାତୀ ମୃତ

Advertisment
ଯୁଯୁମୁରା ଅଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ

Pinterest

ନାକ୍‌ଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ବ୍ଲକ ଅଂଚଳରେ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି। ୨୩ ତାରିଖ ରବିବାର ଏହି ବ୍ଲକ୍ ମାନକୁଣ୍ତା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିବା ବେଳେ ପୁଣି ବାମରା ବନଖଣ୍ତ ଖଳାଶୁଣି ଅଭୟାରଣ୍ୟର ଟୁରିବାହାଳ ବରଡ଼ାବଣି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଖଳାଶୁଣି ଅଭୟାରଣ୍ୟର ବରଡ଼ାବଣି ଜଙ୍ଗଲରେ ଏକ ହାତୀ ଅସୁସ୍ଥ ଥିବା ନେଇ ଜାଣିବା ପରେ ବନବିଭାଗ ପକ୍ଷରୁ ୭ ଦିନ ହାତୀର ଚିକିତ୍ସା କରାଯାଉଥିଲା। ବୁଧବାର ସକାଳେ ହାତୀର ମୃତ୍ୟୁ ହୋଇଯାଇଥିଲା। ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଡିଏଫଓ ଫାଲଗୁନି ସାରଥି ମଲ୍ଲିକ, ଏସିଏଫ୍ ଯତୀନ୍ଦ୍ର ବେହେରା, ରେଞ୍ଜର୍‌ ରବିନ୍ କିସ୍‌କୋ, ଫରେଷ୍ଟର ଭୁବନେଶ୍ବର ପାଣି ତଥା ବନ ବିଭାଗର ଅନ୍ୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ। ପ୍ରାଣୀଧନ ଚିକିତ୍ସକ ଡା. ଦେବାଶିଷ ପଣ୍ତା ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ପରେ ମେସିନ ଦ୍ବାରା ଗାତ ଖୋଳି ମୃତଦେହକୁ ପୋତି ଦିଆଯାଇଥିଲା। ହାତୀର ବୟସ ଆନୁମାନିକ ୫୦ ବର୍ଷ ହେବ ବୋଲି ଜଣାପଡ଼ିଛି। ସୂଚନା ଥାଉ କି, ଗତ ଅକ୍ଟୋବର ୨୭ ତାରିଖରେ ଖଳାଶୁଣି ସଂରକ୍ଷିତ ଜଙ୍ଗଲର କୁଲାଡେରାଠାରେ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe