କୋଲ୍କାତା: ଢ଼େଙ୍କାନାଳ ଜିଲ୍ଲା କମଳାଙ୍ଗରେ ବିଦ୍ୟୁତ ତାର ଲାଗି ୭ ହାତୀଙ୍କ ମୃତ୍ୟୁ ଘଟଣାରେ ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ ସେସୁକୁ ୧କୋଟି ଟଙ୍କାର ଜରିମାନା କରିଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ ନିଜ ଆଡୁ ମାମଲା ରୁଜୁ କରି ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ଆଦର୍ଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ୍ ମାମଲାରେ ବିଚାର କରି ଏହି ଶୁଣାଣି କରିଛନ୍ତି। ଟ୍ରିବ୍ୟୁନାଲ ହାତୀ ମୃତ୍ୟୁ ଲାଗି ସେସୁକୁ ଦାୟୀ କରି ଏହି ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ଏନ୍ଜିଟି ନିଜ ଆଡୁ ମାମଲା ଦାୟର କରିଥିଲେ।
ହାତୀ ମୃତ୍ୟୁ ମାମଲା: ‘ସେସୁ’କୁ କୋଟିଏ ଟଙ୍କା ଜରିମାନା କଲା ଏନ୍ଜିଟି
Advertisment
Follow Us