ବିଦ୍ୟୁତ ଆଘାତରେ ଦନ୍ତାର ଜୀବନ ଗଲା, ଆମ୍ବ ବଗିଚା ମାଲିକ ଗିରଫ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ଢେଙ୍କାନାଳ/ଭାପୁର : ସଦର ରେଞ୍ଜ ଗୋବିନ୍ଦପ୍ରସାଦ ଗ୍ରାମର ବିଶ୍ବଜିତ ଜେନାଙ୍କ ଆମ୍ବ ବଗିଚାରେ ଗତକାଲି ରାତିରେ ଆମ୍ବ ଖାଇବାକୁ ଏକ ଦନ୍ତା ହାତୀ ପଶିଥିଲା। ଶ୍ରୀ ଜେନା ବଗିଚାର ଚତୁଃପାର୍ଶ୍ବକୁ ସୋଲାର ଫେନ୍ସି ବିଦ୍ୟୁତ୍ ତାର ଦ୍ବାରା ଆବଦ୍ଧ କରିଥିଲେ। ହାତୀଟି ଆମ୍ବ ଖାଇବାକୁ ଗଲାବେଳେ ସେଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ସେହିଠାରେ ହାତୀଟି ଟଳିପଡିଥିଲା। ସକାଳୁ ବଗିଚା ମାଲିକ ଶ୍ରୀ ଜେନା ହାତୀଟି ମରିପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବିଦ୍ୟତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବାରୁ ସଂପୃକ୍ତ ଆମ୍ବ ବଗିଚା ମାଲିକଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି ବୋଲି ଜିଲ୍ଲା ବନଖଣ୍ତ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe