ହାତୀ ମାରିଲା, ହାତୀ ମଲା

ହାତୀ ମାରିଲା, ହାତୀ ମଲା

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବନାଞ୍ଚଳ ଅନ୍ତର୍ଗତ ସୁନାଖାନ ଠାରେ ହାତୀଙ୍କ ଆକ୍ରମଣରେ ଚାଷୀ ଗୋବର୍ଦ୍ଧନ ଲାକଡ଼ା (୪୫)ଙ୍କ ମୃତ୍ୟୁ ଘଟିଛି। ହାତୀପଲ ଧାନ ଫସଲ ଖାଇ ନଷ୍ଟ କରୁଥିବାରୁ ଚାଷୀମାନେ ରାତିରେ ଜମି ଜଗୁଥିଲେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ହାତୀପଲ ଜମିରେ ପଶିବା ବେଳେ ଚାଷୀମାନେ ଏକତ୍ରିତ ହୋଇ ସେମାନଙ୍କୁ ଘଉଡାଇ ଥିଲେ। ମାତ୍ର ହାତୀପଲ ପାଲଟା ଆକ୍ରମଣ କରିଥିଲେ। ଜୀବନ ରକ୍ଷା କରିବାକୁ ସମସ୍ତେ ଦୌଡ଼ି ପଳାଉଥିବା ବେଳେ ଗୋବର୍ନ୍ଧନ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ପାଦରେ ଦଳି ମାରିଦେଇଥିଲେ।

ତାଳଚେର : ତାଳଚେର ବ୍ଲକ୍ ଗୁରୁଜାଙ୍ଗୁଲି ପଞ୍ଚାୟତ ଅଞ୍ଚଳରେ ହାତୀପଲ ଆକ୍ରମଣରେ ଲିଙ୍ଗରାକଟା ଗ୍ରାମର ବିକ୍ରମ ରାଉତ (୬୦)ଙ୍କ ଗତ ଶନିବାର ରାତିରେ ମୃତ୍ୟୁ ଘଟିଥିଲା। ସେହି ହାତୀପଲରେ ଥିବା ଗୋଟିଏ ଦୁଇ ବର୍ଷର ଶାବକର ଆଜି ମୃତ୍ୟୃ ଘଟିଛି।

ପ୍ରକାଶ ଯେ, ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗରାକଟା ଗ୍ରାମ ନିକଟରେ ଥିବା ନିମେଁଇ ପଡିଆରେ ଏକ ହାତୀ ଶାବକର ଶବ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀଙ୍କଠାରୁ ଏହି ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ହାତୀଟି ଛୋଟାଇ ଛୋଟାଇ ହାତୀପଲ ପଛରେ ଚାଲୁଥିବାରୁ ପୂର୍ବରୁ ଅସୁସ୍ଥ ଥିଲା ଓ ଏହା ହିଁ ମୃତ୍ୟୁର କାରଣ ହୋଇ ଥାଇପାରେ ବୋଲି ତାଳଚେର ବନ ବିଭାଗ ରେଞ୍ଜର ପି ବେହେରା ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ହାତୀ ଶାବକର ମୃତ୍ୟୁର କାରଣ ଜଣାପଡିବ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe