ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା: ବନ କର୍ମଚାରୀ ସଂପୃକ୍ତ, ବାପ-ପୁଅ ଗିରଫ

ବନ୍ତଳା ବନାଞ୍ଚଳରେ ମାତିଛି ଦନ୍ତା, ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ

ସୋନପୁର/ବିନିକା : ‘ବାଡ଼ ଯଦି ଫସଲ ଖାଏ, ସୁରକ୍ଷା ଦେବ କିଏ?’ ମଙ୍ଗଳବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ମହଦା ପଞ୍ଚାୟତ ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟଣାରୁ ଏହା ହିଁ ସ୍ପଷ୍ଟ ‌ହୋଇଛି।

ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ବୀରେନ୍ଦ୍ର ଶର୍ମା (୬୦) ଏବଂ ତାଙ୍କ ପୁଅ ଆଲ୍ଲାଉଦ୍ଦିନ ଶର୍ମା (୩୦)ଙ୍କୁ ଗିରଫ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଲ୍ଲାଉଦ୍ଦିନ ହେଉଛନ୍ତି ବନବିଭାଗର ଜଣେ ଵାଚର୍‌। ସିଧାଭାବେ କହିବାକୁ ଗଲେ ଜଣେ ବନ କର୍ମଚାରୀ। ଖାଲି ସେତିକି ନୁହେଁ, ବୀରେନ୍ଦ୍ରଙ୍କ ପତ୍ନୀ ଓ ଆଲ୍ଲାଉଦ୍ଦିନଙ୍କ ମାଆ ସ୍ଥାନୀୟ ‘ବନ ସୁରକ୍ଷା ସମିତି’ର ଉପସଭାପତି ମଧ୍ୟ ଅଛନ୍ତି। ତାଙ୍କ ସହ ଏହି ଶିକାରୀ ଗ୍ୟାଙ୍ଗ୍‌ରେ ‘ବନ ସୁରକ୍ଷା ସମିତି’ର ଆଉ କିଛି ସଦସ୍ୟ ଏବଂ ତୃଣମୂଳ ସ୍ତରର ବନ କର୍ମଚାରୀ ନିୟମିତ ଭାବରେ ପଶୁ ଶିକାର କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ତେବେ, ତଦନ୍ତ କରାଗଲେ ବନବିଭାଗର କେଉଁମାନେ ଏଥିରେ ସମ୍ପୃକ୍ତ, ସେ ନେଇ ବହୁ ଅଜଣା କଥା ବି ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe