ହାତୀ ମୃତ୍ୟୁ ଘଟଣାର ଏସ୍‌ଟିଏଫ୍ ତଦନ୍ତ

Advertisment

ଦାନ୍ତ କଟା ଯାଇଛି, ମୃତଦେହକୁ ପୋଡ଼ା ଯାଇଛି! ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ଗଲା ମାଟି, କଙ୍କାଳ

ଦାନ୍ତ କଟା ଯାଇଛି, ମୃତଦେହକୁ ପୋଡ଼ା ଯାଇଛି! ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ଗଲା ମାଟି, କଙ୍କାଳ

ଯୁଯୁମୁରା ଅଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ

Pinterest

କଟକ/ନରସିଂହପୁର : ଆଠଗଡ଼ ବନଖଣ୍ଡର ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ଦୁଇଟି ହାତୀ ଶିକାର ଘଟଣାକୁ ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ରୁ ଅନେକ ସନ୍ଦେହଜନକ ତଥ୍ୟ ସାମ୍‌ନାକୁ ଆସିଛି। ହାତୀଦାନ୍ତ କାଟି ନିଆଯିବା, ମୃତଦେହକୁ ନଷ୍ଟ କରିବା ପାଇଁ ପୋତିବା ସ୍ଥାନରେ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି।

ଗତକାଲି ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ନରସିଂହପୁର ବାରସିଙ୍ଗା ସେକ୍ସନର ବାଲିକିଆରୀ କମ୍ପାର୍ଟମେଣ୍ଟ ୧୧ରୁ ମାଟିଖୋଳି ଦନ୍ତା ହାତୀର କଙ୍କାଳ ଜବତ୍‌ କରିଥିଲେ। ଆଜି ଭୁବନେଶ୍ବର ଓୟୁଏଟିରୁ ପ୍ରଫେସର ସୁଶେଣ କୁମାର ପଣ୍ଡାଙ୍କ ସମେତ ଦୁଇ ଜଣିଆ ଟିମ୍‌ ଏବଂ ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପି ବିଳାସିନୀ ନାଏକ, ଆଠଗଡ଼ ଏସିଏଫ ହରେକୃଷ୍ଣ ମଲ୍ଲିକ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ପଶ୍ଚିମାଞ୍ଚଳ ରେଞ୍ଜର ଅଶୋକ କୁମାର ବେହେରା, ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ, ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତଦନ୍ତରୁ ଦନ୍ତାହାତୀର ବୟସ ୧୦ ବର୍ଷରୁ କମ୍‌ ହେବ ବୋଲି ଜଣାପଡ଼ିଛି। ତେବେ; ହାତୀକୁ କେମିତି ମରାଯାଇଛି ନା ତାର ମୃତ୍ୟୁ ହୋଇଛି, ଏହା କେତେଦିନ ତଳର ଘଟଣା, ପୋଡ଼ିବା ପାଇଁ କେଉଁପ୍ରକାର କେମିକାଲ ବ୍ୟବହୃତ ହୋଇଛି, ଏସବୁ ଜାଣିବା ପାଇଁ ଜବତ ହାଡ଼କୁ ଓୟୁଏଟିର ସେଣ୍ଟ୍ରାଲ ଫର୍ ୱାଇଲ୍ଡଲାଇଫ୍ ହେଲ୍‌ଥକୁ ପଠାଯାଇଛି। ଯଦି ଅଧିକ ତଦନ୍ତର ଆବଶ୍ୟକତା ପଡ଼େ, ତା’ହେଲେ ରାଜ୍ୟ ବାହାରକୁ ମଧ୍ୟ ତାହାକୁ ପରୀକ୍ଷା ପାଇଁ ପଠାଯିବ ବୋଲି କୁହାଯାଇଛି। ଅନ୍ୟପଟେ ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ ଏସ୍‌ଟିଏଫ୍‌ ତା’ର ତଦନ୍ତକୁ ତ୍ବରାନ୍ବିତ କରିବ ବୋଲି କୁହାଯାଇଛି। ବିଶେଷଜ୍ଞ ଟିମ୍‌ ହାତୀର କଙ୍କାଳ, ମାଟିର ନମୁନା ସଂଗ୍ରହ କରିଛନ୍ତି। ଅନ୍ୟପଟେ ଏସ୍‌ଟିଏଫ୍‌ ଟିମ୍‌ ୩ ଦିନ କାଳ ତଦନ୍ତ କରିବା ପରେ ଆଜି ଭୁବନେଶ୍ବର ଫେରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe