କନ୍ଧମାଳ: ବେଲଘର ରେଞ୍ଜରେ ଗର୍ଭବତୀ ମାଈ ହାତୀକୁ ଗୁଳି କରି ହତ୍ୟା!

Advertisment
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୧୦ ବର୍ଷର ମାଈ ହାତୀ ମୃତ୍ୟୁ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜ ଅଂଚଳରେ ମାଈ ହାତୀକୁ ଗୁଳି କରି ହତ୍ୟା କରାଯାଇଥିବା ଆଲୋଚନା ହେଉଛି। ଶିକକି ଗ୍ରାମ ନିକଟରେ ଗୁଳି କରାଯାଇଥିବା ମାଈ ହାତୀ ଗର୍ଭବତୀ ଥିଲା ବୋଲି ସ୍ଥାନୀୟ ଅଂଚଳର ଲୋକେ କହୁଛନ୍ତି। ଶିକାରୀମାନେ କିଛି ଦିନ ହେବ ଏହି ମାଈ ହାତୀ ଉପରେ ନଜର ରଖିଥିଲେ। ସୁଯୋଗ ପାଇ ସେମାନେ ବୁଧବାର ଗୁଳି କରିଥିଲେ।

କିଛି ଦିନ ହେବ ଜିଲ୍ଲାରେ ଶୀତ ବୃଦ୍ଧି ପାଇ ଥିଲା। ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଥିଲା। ମଣିଷ ପଶୁ ପକ୍ଷୀ ଓ ବନ୍ୟ ଜନ୍ତୁ ମଧ୍ୟ ବାଦ ପଡିନଥିଲେ। ଏହି ଶୀତ ସହ୍ୟ ନକରି ପାରି ଏହି ଗର୍ଭବତୀ ହାତୀଟି ଏଣେ ତେଣେ ଘୁରି ବୁଲୁଥିଲା।ଗାଁ ମୁହାଁ ହୋଇଥିଲା। ଏହି ଖବର ବନ ବିଭାଗ ଜାଣି ମଧ୍ୟ ଗର୍ଭବତୀ ହାତୀର ସୁରକ୍ଷା ନେଇ କୌଣସି ପଦକ୍ଷେପ ନ ନେବାରୁ ହାତୀ ଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ବନ ବିଭାଗ ଗୁଳି ହୋଇ ନ ଥିବା କହୁଛି। କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ଶବ ବ୍ୟବେଛଦ ରିପୋର୍ଟ ଆସିବାପରେ ଜଣାପଡ଼ିବ ବୋଲି କହିଛନ୍ତି ବେଲଘର ରେଞ୍ଜର ମଣି ପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe