ବିଦ୍ୟୁତ୍ ତାର ଲାଗି ହାତୀ ମୃତ୍ୟୁ ଘଟଣା, ୨ ଅଟକ  

Advertisment
ବିଦ୍ୟୁତ୍ ତାର ଲାଗି ହାତୀ ମୃତ୍ୟୁ ଘଟଣା, ୨ ଅଟକ  

The New Indian Express

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାରରେ ଲାଗି ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇ ଜଣ ଜମି ମାଲିକ ଗୋଲେଖ ଚନ୍ଦ୍ର ବିଶ୍ବାଳ (୫୨)ଓ ଆଉ ଜଣେ ରୁଦ୍ର ନାରାୟଣ ବିଶ୍ବାଳ (୭୫)ଙ୍କୁ ୨୪ ଘଣ୍ଟା ହେଲା ଅଟକ ରଖି ବନ ବିଭାଗ ପଚରା ଉଚରା କରୁଛି।

ଅନ୍ୟ ପକ୍ଷରେ ପରିବାର ଲୋକଙ୍କ କହିବାନୁସାରେ ସେମାନେ କମଳା ଚାଷ କରନ୍ତି। ଏଥିପାଇଁ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବୋରଵ୍ବେଲ ଖୋଳିଥିଲେ। ଏଥିପାଇଁ ବିଦ୍ୟୁତ ସଂଯୋଗ ନେଇଥିଲେ। ନିୟମିତ ବିଦ୍ୟୁତ ବିଲ ମଧ୍ୟ ଦେଇ ଆସୁଛନ୍ତି। ତେବେ ଶୁକ୍ରବାର ସକାଳୁ ୪ ଜଣ ବିଦ୍ୟୁତ କର୍ମଚାରୀ ପହଞ୍ଚି ବିଦ୍ୟୁତ ତାର ଖୋଲିବା ବେଳେ ଗ୍ରାମବାସୀ ବାରଣ କରିଥିଲେ। ତଦନ୍ତ ନ ସରିବା ପର୍ଯ୍ୟନ୍ତ କ’ଣ ପାଇଁ ତାର ଖୋଲୁଛ ବୋଲି ପ୍ରଶ୍ନ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ବିଦ୍ୟୁତ୍‌ ତାର ଖୋଲିବାକୁ ଯାଇଥିବା ଲାଇନମ୍ୟାନ଼୍ ଝାଡେଶ୍ବର ପ୍ରଧାନ, ତପନ ପ୍ରଧାନ, ବବଲୁ ନାୟକ ଓ ଆଦିତ୍ୟ ସାହୁଙ୍କୁ ଅଟକ ରଖିଥିଲେ। ଏଥିସହ ଏହି ଗାଁକୁ ଯାଇଥିବା ଫରେଷ୍ଟ ଗାର୍ଡ ସୁନିତା ସୋହେଲାଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଥିଲେ।

ଦିନ ୧୨ ଟାରେ ଏସିଏଫ୍‌ଙ୍କ ନେତୃତ୍ବରେ ରେଞ୍ଜର ନିରଞ୍ଜନ ଧରୁଆ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଛାଡି ନ ଥିଲେ। ସନ୍ଧ୍ୟାରେ କୁଣ୍ଢେଇଗୋଳା ପୁଲିସ ଯାଇ ବୁଝାସୁଝା କରି ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଏ ବାବଦରେ ବିଦ୍ୟୁତ ବିଭାଗର ଏସ୍‌ଡିଓ ଦିବ୍ୟ ଲୋଚନ ନାୟକଙ୍କୁ ଯୋଗାଯୋଗ କରିବାରୁ, ସମ୍ପୃକ୍ତ ଚାଷୀଦ୍ବୟ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍‌ ପୈଠ କରୁନଥିଲେ। ସେମାନେ ହୁକ ପକେଇ ଚୋରା ବିଦ୍ୟୁତ ବ୍ୟବହାର କରୁଥିଲେ। ଆଜି ବିଦ୍ୟୁତ ବିଲ ପୈଠ କରିଥିବା ଉତ୍ତର ରଖିଥିଲେ। ଏ ବାବଦରେ ଡିଏଫ୍‌ଓ ମଗର ଧାନାଜୀ ରାଓସୋଙ୍କୁ ପଚାରିବାରୁ ଦୁଇ ଜଣଙ୍କୁ ଅଟକ ରଖି ପଚରା ଚାଲିଛି। ଯଥା ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଏହି ଗ୍ରାମକୁ ୨୨ ପଟ ହାତୀ ଆସି ଧାନ କିଆରିକୁ ଧାନ ଖାଇ ଆସିଥିଲେ। ତେବେ ବନ ବିଭାଗ ଜାଣି ପାରୁ ନାହିଁ କିପରି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଯାହାକି ବନ ବିଭାଗ ଓ ପାରାଷ୍ଟାଫ୍‌ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe