୪ ଘଣ୍ଟା ଧରି ରେଳ ଷ୍ଟେସନରେ ରହିବା ପରେ ଜଙ୍ଗଲକୁ ଗଲା ଦନ୍ତା

Advertisment
୪ ଘଣ୍ଟା ଧରି ରେଳ ଷ୍ଟେସନରେ ରହିବା ପରେ ଜଙ୍ଗଲକୁ ଗଲା ଦନ୍ତା

ରାୟଗଡ଼ା: ରେଳ ଷ୍ଟେସନରେ ଦନ୍ତା। ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଟାଉନ୍ ରେଳ ଷ୍ଟେସନରେ ପ୍ରାୟ ୪ ଘଣ୍ଟା ପରେ ଜଙ୍ଗଲକୁ ଚାଲିଗଲା ଜଙ୍ଗଲି ହାତୀ। ଦନ୍ତାକୁ ଦେଖି ଲୋକେ ଏଣେତେଣେ ଦୌଡିବାକୁ ଲାଗିଲେ। ତେବେ କୌଣସି କ୍ଷୟକ୍ଷତି ସୂଚନା ନାହିଁ। ‌ଶନିବାର ବିଳମ୍ବିତ ରାତିରେ ଗୋଠ ଛଡ଼ା ଦନ୍ତା କୋତାବାଲସା ମାନିକାଂଟା କଲୋନିରେ ବୁଲିବା ପରେ ପାର୍ବତୀପୁରମ୍‌ ଟାଉନ୍‌ ଷ୍ଟେସନରେ ଅଚାନକ ପଶି ଆସିଥିଲା। ହାତୀକୁ ସେଠାରେ ଦେଖି ଅଳ୍ପ କିଛି ଯାତ୍ରୀ ଯିଏ ଯୁଆଡେ ଚାଲି ଗଲେ।

ପ୍ରକାଶ ଥାଉକି ଗତ ସେପ୍ଟେମ୍ବର ୪ ତାରିଖରେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା କୋମରଡା ମଣ୍ଡଳମ୍ ଆର୍ତମ୍ ଗାଁରେ ଗୋଟିଏ ଯାତ୍ରୀବାହୀ ବସକୁ ଆକ୍ରମଣ କରିଥିଲା ହାତୀ।ବସଟି କଲ୍ୟାଣସିଂହପୁର ଠାରୁ ପାର୍ବତୀପୁରମ୍‌ ଯାଉଥିଲା। ସେତେବେଳେ ଅଳ୍ପକେ ବାର୍ତ୍ତିଯାଇଥିଲେ ପ୍ରାୟ ୫୦ ଯାତ୍ରୀ। ତେବେ ଗତକାଲି ଠାରୁ ହାତୀ ଗାଁ ମୁହାଁ ହେବା ସହ ଦୀର୍ଘ ସମୟ ଧରି କୋତାବାଲସା ମାନିକୋଣ୍ଟା ନିକଟରେ ବୁଲୁଥିଲେ ମଧ୍ୟ ବନ ବିଭାଗ ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ।

ତେବେ ଏନେଇ ଆନ୍ଧ୍ର ବନ ବିଭାଗ ସହ ସଂପର୍କ ହୋଇପାରିନଥିବାରୁ ତାଂକ ପ୍ରତିକ୍ରିୟା ଦିଆଯାଇପାରି ନାହିଁ। ପାର୍ବତୀପୁରମ ଷ୍ଟେସନରେ ଦୀର୍ଘ ୪ ଘଣ୍ଟା ରହିବା ପରେ ମଧ୍ୟ ଷ୍ଟେସନର କୌଣସି କ୍ଷୟକ୍ଷତି କରିନାହିଁ। କେବଳ ଷ୍ଟେସନରେ ଏଣେତେଣେ ବୁଲିବାକୁ ଲାଗିଥିଲା। ଷ୍ଟେସନର ଅନ୍ୟପଟେ ରହିଥିବା କିଛି ଲୋକ ଭିଡିଓ କରି ଭାଇରାଲ କରିଥିଲେ। ପରେ ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ଏକ ଚାରି ଜଣିଆ ହାତୀ ଦଳ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି।  ବନ ବିଭାଗ ପକ୍ଷରୁ ଏନେଇ ତୁରନ୍ତ ହାତୀ ପୋଲକୁ ଜଙ୍ଗଲ ଭିତରକୁ ଘଉଡାଇବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe