ଦନ୍ତାର ଟାର୍ଗେଟରେ ଗରିବ ଆଦିବାସୀ ଚାଷୀ ଜୁଗୁରାଇ, ତିନିଥର ହାତୀ ଆକ୍ରୋଶର ଶିକାର

Advertisment
ଦନ୍ତାର ଟାର୍ଗେଟରେ ଗରିବ ଆଦିବାସୀ ଚାଷୀ ଜୁଗୁରାଇ, ତିନିଥର ହାତୀ ଆକ୍ରୋଶର ଶିକାର

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର କଳିଙ୍ଗା ଘାଟି ଆରମ୍ବରେ ଜଣେ ଆଦିବାସୀ ଗରିବ ଚାଷୀ ହାତୀର ଉପଦ୍ରବରେ ସର୍ବସ୍ୱ ହରେଇ ଏବେ ଅସହାୟ ଅବସ୍ଥାରେ ଚିନ୍ତାରେ ପଡିଛନ୍ତି। ଥରେ କି ଦୁଇଥର ନୁହେଁ, ତିନି ଥର ହେଲା ବାରମ୍ବାର ସେଇ ଚାଷୀଙ୍କ ଘରେ ବଗିଚାରେ ପସି ଘରଭାଙ୍ଗିବା ସହ ଗଛ ଗୁଡିକ ନଷ୍ଟ କରିଚାଲିଛି। ୨ତାରିଖ ରାତିରେ ଦନ୍ତା କଳିଙ୍ଗା ଘାଟି ଆରମ୍ବରେ ଥିବା ନେଡିକଲାର ଜୁଗୁରାଇ ପ୍ରଧାନଙ୍କ ଘରର କିଛି ଅଂଶ ଭାଙ୍ଗିବା ସହ ନଡ଼ିଆ ଗଛ, ଆମ୍ବ ଗଛ, କଦଳୀ ଗଛ, ଝାଡୁ ଏବଂ ପରିବା ଫସଲ ନଷ୍ଟ କରିଥିଲା। ପୁଣି ୩ତାରିଖରେ ପସି ଘରର ଆଉ କିଛି ଅଂଶ ଭାଙ୍ଗିବା ସହ ଫସଲ ଖାଇଥିଲା। ପୁଣି ଶନିବାର ରାତିରେ ଏକ ଦନ୍ତା ହାତୀ ଆସି ଘର ଭାଙ୍ଗି ଫସଲ ନଷ୍ଟ କରିବା ସହିତ ବହୁତ୍ କଷ୍ଟରେ ଚାଷ କାର୍ଯ୍ୟ କରିବା ନିମନ୍ତେ କିଣିଥିବା ପାୱାର ଟିଲର୍ ସଂପୂର୍ଣ୍ଣ ଭାଙ୍ଗିଦେଇଛି।

ଏକ ଗରିବ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର ପୁଣି  ଭାଙ୍ଗିବା ସହିତ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ନଡ଼ିଆ, ଆମ୍ବ, ଝାଡୁ, କଦଳୀ, ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଛନ୍ତି।ଗରିବ ଆଦିବାସୀ ଚାଷୀ ଙ୍କ ଉପରେ ଦାଉ ସାଜିଛି ଦନ୍ତା।ବାରମ୍ବାର ଏହି ଚାଷୀଙ୍କ କ୍ଷୟକ୍ଷତି କରି ତାଙ୍କ ଆର୍ଥିକ ମେରୁଦଣ୍ଡ କୁ ସମ୍ପୂର୍ଣ୍ଣ ମୋଡି ଦେଇଛି।ଜୁଗୁରାଇ ଆଉ ଚାଷ କରିବାକୁ ସକ୍ଷମ ନୁହଁନ୍ତୁ। କାରଣ ତାଙ୍କ ସମ୍ପୂର୍ଣ୍ଣ ଘର ଭାଙ୍ଗିବା ସହ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାସହ ଯାହା ସାହାଯ୍ୟରେ ଚାଷ କରୁଥିଲେ ଟ୍ରଲର ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜ୍ୟ ସରକାର ଏହି ଆଦିବାସୀ ଗରିବ ଚାଷୀ କୁ କ୍ଷତିପୂରଣ ଦେବା ସହ ଚାଷ ପାଇଁ ପ୍ରୋତ୍ସାହନ ଯୋଗେଇ ଦେବାକୁ ସ୍ଥାନୀୟ ଲୋକ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe