ଅନୁଗୁଳ: ଅନୁଗୁଳରେ ବୋମା ଖାଇ ହାତୀ ମରିବା ଘଟଣାରେ ବନ ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଥିଲା। ଏବେ ବନ ବିଭାଗର ଚେତା ପଶିଛି। ଶିକାରୀଙ୍କୁ ସାବାଡ୍ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ଆଜି ଅନୁଗୁଳ ଡିଏଫ୍ଓ ନୀତୀଶ କୁମାର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।
Jai Jagannath: ବିଦେଶୀ ଦର୍ଶକଙ୍କ ମୁଖରେ ଜୟ ଜଗନ୍ନାଥ
ସୂଚନା ମୁତାବକ, ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁରେ ଗତ ଗୁରୁବାର ଏକ ୫ ବର୍ଷର ହାତୀର ପାଟିରେ ବୋମା ଫୁଟି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟିର ମୃତ୍ୟୁ ପରେ ବନ ବିଭାଗ ଆକ୍ସନ୍ ମୁଡ୍କୁ ଆସିଛି। ୨ ଦିନରେ ୩ଟି ବନ୍ଧୁକ ଜବତ ହୋଇଛି। ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଗତକାଲି ଜରପଡ଼ା ବନାଞ୍ଚଳର ଦୁର୍ଗାପୁର ଗାଁରୁ ୨ଟି ବନ୍ଧୁକ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିଲା। ଶନିବାର କଣିହାଁ ବନାଞ୍ଚଳ ବଳରାମପୁର ଗାଁ ଖେଳପଡ଼ିଆ ନିକଟରୁ ଏକ ଦେଶୀବନ୍ଧୁକ ଜବତ ହୋଇଛି। ଆଗକୁ ବନ ବିଭାଗର ମାରାଥନ୍ ରେଡ୍ ଚାଲିବ। ବନ୍ୟଜନ୍ତୁ ଶିକାର ରୋକିବାକୁ ପୁଲିସ ଓ ବୋମା ସ୍କ୍ବାଡ୍ର ସହାୟତା ନିଆଯିବ।
Jai Jagannath: ବିଦେଶୀ ଦର୍ଶକଙ୍କ ମୁଖରେ ଜୟ ଜଗନ୍ନାଥ
ସେହିପରି ଲାଇସେନ୍ସପ୍ରାପ୍ତ ବିସ୍ଫୋରକ ଦୋକାନର ଯାଞ୍ଚ କଡ଼ାକଡ଼ି ହେବ। ବନ୍ୟଜନ୍ତୁ ଶିକାର ରୋକିବାକୁ ବନ ବିଭାଗ ସଚେତନ କରୁଥିବା ଜଣାପଡ଼ିଛି। ବନ୍ୟପ୍ରାଣୀ ଶିକାର ବେଆଇନ, ବନ୍ୟଜନ୍ତୁଙ୍କୁ ଫାଶରେ ପକାଇବା, ବିଷ ଦେବା, ବନ୍ଧୁକ, ବିସ୍ଫୋଟକ ଇତ୍ୟାଦି ବ୍ୟବହାର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡର ବ୍ୟବସ୍ଥା ଥିବା ଲୋକଙ୍କୁ ବିଭାଗ ଜଣାଉଛି। ଅନ୍ୟପକ୍ଷରେ ଏକ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ବନ୍ୟଜନ୍ତୁ ଶିକାର ସମ୍ପର୍କରେ ଖବର ଦେଲେ ନାମ ଗୋପନ ସହ ୧ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି। ‘ସବୁଜ ଅନୁଗୁଳ’ ମୋବାଇଲ୍ ଆପ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ଏହି ଆପ୍ରେ ଫଟୋ, ଭିଡିଓ ପଠାଇବା ସହିତ ଅଭିଯୋଗ ଓ ନିଜର ମତାମତ ଦେଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/18/untitled-13-2026-01-18-05-41-43.jpg)