ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ

Advertisment
ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ଦିଗପହଣ୍ଡି -ନିମପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଗତକାଲି ରାତିରେ ଚାଷୀ ଆଲୁ ଲାଚ୍ଛେୟା ଏବଂ ନୂଆ ସାହିର କେ. ଅରକ୍ଷିତ ପାତ୍ର ଶୋଇଥିଲେ।ସେଦୁହେଁ ଖଳାରେ ଶୋଇଥିବା ସମୟରେ ରାତି ପ୍ରାୟ ୩ଟା ବେଳେ ଏକ ଶବ୍ଦ ଶୁଣି ଉଭୟେ ନିଦରୁ ଉଠିଥିଲେ। ସେ ଦୁହେଁ ଭାବିଥିଲେ କି ଖଳା ଭିତରକୁ ଷଣ୍ଢ ଆସି ଧାନ ଖାଉଥିବ। ଏଣୁ ଲାଚ୍ଛେୟା ଏବଂ ଅରକ୍ଷିତ ଟର୍ଚ୍ଚ ଲାଇଟ ଓ ବାଡ଼ି ଧରି ଉଭୟେ ଘଉଡ଼ାଇବାକୁ ଯାଇଥିଲେ।

କିନ୍ତୁ ସେଠାରେ କୌଣସି ଷଣ୍ଢକୁ ଦେଖିବାକୁ ପାଇ ନଥିଲେ। କିନ୍ତୁ ଲାଚ୍ଛେୟା ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଏହା ଦେଖି ଅରକ୍ଷିତ ସେଠାରୁ ଦୌଡ଼ି ପଳାଇଥିଲେ। ସେ ଲାଚ୍ଛେୟାଙ୍କ ଘରେ ଖବର ଦେଇଥିଲେ। ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୁଲିସ୍ ଲାଚ୍ଛେୟାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।

publive-image image source-oneindia

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଦିଗପହଣ୍ଡିର ରତ୍ନା ଜଙ୍ଗଲରେ ୮ଟି ହାତୀ ରହୁଛନ୍ତି। ଦକ୍ଷିଣ ବନଖଣ୍ଡରୁ ଏକ ୧୨ଟିକିଆ ହାତୀପଲ ଆସି ସେଠାରେ ରହୁଛନ୍ତି। ଏହାକୁ ନେଇ ଲୋକଙ୍କ ଭିତରେ ସେହି ଅଞ୍ଚଳରେ କୋକୁଆ ଭୟ ପରିଲକ୍ଷିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe