କରଞ୍ଜିଆରେ ହାତୀ ଆତଙ୍କ : ଗାଁ ମୁଣ୍ଡରେ ଡ଼େରା ପକାଇଛନ୍ତି ୨୨ ହାତୀ, ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘର

କରଞ୍ଜିଆରେ ହାତୀ ଆତଙ୍କ : ଗାଁ ମୁଣ୍ଡରେ ଡ଼େରା ପକାଇଛନ୍ତି ୨୨ ହାତୀ, ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘର

ମୟୂରଭଞ୍ଜ: ମୟୂରଭଞ୍ଜର କରଞ୍ଜିଆରେ ହାତୀ ଆତଙ୍କ । ଗାଁ ମୁଣ୍ଡରେ ଡେରା ପକାଇଛନ୍ତି ୨୨ଟି  ହାତୀ ଥିବା ଏକ ବଡ଼ ହାତୀପଲ । ନିକଟସ୍ଥ ସୁନାପୋଷୀ ଜଙ୍ଗଲରୁ ଏହି ହାତୀପଲ ଚାଲି ଆସଥିବା ଜଣାପଡ଼ିଛି।  ଜଙ୍ଗଲ ନିକଟସ୍ଥ ରାଉତାଳିପାଟ, ବେଗୁନାବିନ୍ଧା ଗାଁରେ ପଶି ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଧାନ ବିଲରେ ପଶି  ଫସଲ ନଷ୍ଟ କରିବା ସହିତ କିଛି ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ହାତୀ ଭୟରେ ଏବେ ଗାଁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

କିଛି ଦିନ ମଧ୍ୟରେ ହାତୀ ପଲ ବ୍ୟାପକ କ୍ଷତି ଘଟାଉଥିଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବାକୁ ପଦକ୍ଷେପ ନେଉନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ହାତୀ ନ ଘଉଡାଇଲେ ଆଗକୁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ,  କ୍ରମଶଃ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ସେହିପରି ଜଙ୍ଗଲ କ୍ଷୟ ହେବା ଦ୍ବାରା ଖାଦ୍ୟ ଅନ୍ବେଷଣରେ ଏବେ ହାତୀପଲ ଗାଁ ମୁହାଁ ହୋଇଛନ୍ତି।  ମାତ୍ର ଏଇ  କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ ବଢି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe