image source-sentinelassam.com
ବନ୍ତଳା : ଅନୁଗୁଳ ବନଖଣ୍ଡରେ ଗୋଟିଏ ମାଖନା ହାତୀର ମୃତ୍ୟୁ ଘଟିଥିବାବେଳେ ଦୁର୍ବୃତ୍ତମାନେ ବିଦ୍ୟୁତ୍ ଫାଶ ବସାଇ ଗୋଟିଏ ବାର୍ହା ଶିକାର କରିଛନ୍ତି। ଏହି ଘଟଣା ବନ୍ୟପ୍ରାଣୀ ଅନୁରାଗୀଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ରେଞ୍ଜ ପୋକଣ୍ଡା ସେକ୍ସନ ଅଞ୍ଚଳରେ ଗତକାଲି ରାତି ପ୍ରାୟ ୩ଟାବେଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରିବା ସମୟରେ ହାତୀଙ୍କ ଗର୍ଜନ ଶୁଣିଥିଲେ। କିଛି ଅଘଟଣ ଘଟିଥିବା ଆଶଙ୍କାକରି ସେମାନେ ଅଞ୍ଚଳରେ ବୁଲିଥିଲେ ମଧ୍ୟ କିଛି ପାଇନଥିଲେ। ବୃନ୍ଦାବନପୁର ଗାଁ ନିକଟ ଏକ ବିରିବିଲରେ ହାତୀଟିଏ ମରିପଡ଼ିଥିବା ସେମାନେ ସକାଳେ ଖବର ପାଇଥିଲେ। ମୃତହାତୀଟି ଏକ ମାଖନା ହାତୀ ଓ ଏହାର ବୟସ ପ୍ରାୟ ୨୦ ବର୍ଷ ହେବ। ହାତୀର ଶବ ବ୍ୟବଚ୍ଛେଦ କରାଇ ପୋତି ଦିଆଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହାର ମୃତ୍ୟୁର କାରଣ ଜଣାପଡିବ ବୋଲି ଏସିଏଫ୍ ବାସୁଦେବ ନାୟକ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2020/01/elephant-dead-300x180.jpg)
ସେହିପରି ବନ୍ତଳା ରେଞ୍ଜ ବାରଗୌଣିଆ ଗାଁ ନିକଟରେ ଏକ ମୃତ ବାର୍ହା ବନ ବିଭାଗ ଜବତ କରିଛି। ବିଭାଗ ସୂତ୍ରରୁ ପ୍ରକାଶ, ଗତକାଲି ରାତି ପ୍ରାୟ ୧୧ଟାବେଳେ ବାରଗୌଣିଆ ଗାଁ ପାହାଡ଼ ନିକଟରେ ବନରକ୍ଷୀ ବଶିଷ୍ଠ ଦେହୁରୀଙ୍କ ନେତୃତ୍ୱରେ ଏକ ଦଳ ପାଟ୍ରୋଲିଂ କରୁଥିଲା। ସେଠାରେ ୧୧କେଭି ବିଦ୍ୟୁତ୍ ଲାଇନ୍ରେ ହୁକ ପକାଯାଇ ଜିଆଇ ତାର ବିଛାଯାଇଥିବା ସେମାନେ ଦେଖିଥିଲେ। ସେମାନେ ଅନୁଧ୍ୟାନ କରିବାରୁ କିଛି ଦୂରରେ ଏକ ବାର୍ହା ବିଦ୍ୟୁତ୍ ଆଘାତରେ ମରି ପଡ଼ିଥିବା ଦେଖିଥିଲେ। ଏ ଘଟଣାରେ କାହାକୁ ଗିରଫ କରାଯାଇନାହିଁ।
Follow Us