ସିଲିଙ୍ଗପଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ

Advertisment
ସିଲିଙ୍ଗପଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ

The Hans India

ବାଣପୁର : ଖୋର୍ଦ୍ଧା ବନଖଣ୍ତ ବାଲୁଗାଁ ବନା‌ଞ୍ଚଳ ଅନ୍ତର୍ଗତ ଧୂଆଁନଳୀ ସିଲିଙ୍ଗପଡ଼ା ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଛି। ମୃତ ଶିଶୁହାତୀଟିର ବୟସ ପାଖାପାଖି ୨ ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲରେ ହାତୀଟିର ଗଳିତ ମୃତଦେହ ପଡ଼ିଥିବା ଦେଖି କେତେକ ଗ୍ରାମବାସୀ ବନବିଭାଗ ଅଧିକାରୀଙ୍କୁ ଜଣାଇଥିଲେ।

ଖବର ପାଇ ଭୁବନେଶ୍ବର ଆରସିସିଏଫ୍‌, ସହକାରୀ ବନ ସଂରକ୍ଷକ, ଖୋର୍ଦ୍ଧା ବନ ଖଣ୍ତ ଅଧିକାରୀ ପୂର୍ଣ୍ଣିମା ପାଣ୍ତିଆନ, ବାଲୁଗାଁ ବନା‌ଞ୍ଚଳ ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ କରିଛନ୍ତି। ହାତୀଟିର ମୃତ୍ୟୁ ସ୍ବାଭାବିକ ଭାବେ ହୋଇଛି ବୋଲି ବିଭାଗୀୟ ଅଧିକାରୀମାନେ କହୁଥିବା ବେଳେ ଅଧିକ ତଦନ୍ତ ପାଇଁ ଏକ ଡାକ୍ତରୀଦଳ ଆଜି ଶବ ବ୍ୟବଚ୍ଛେଦ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe