ବସଲାଟ୍‌ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

Advertisment
ହାତୀ ଆକ୍ରମଣରେ ବୃଦ୍ଧା ମୃତ

Kerala Kaumudi

ସୋନପୁର/ଲଛିପୁର : ସୋନପୁର ରେଞ୍ଜ ଲଛିପୁର ଫରେ‌ଷ୍ଟ ସେକସନ ଅଧୀନ ବସଲାଟ ଜଙ୍ଗଲରେ ଏକ ମାଈ ହାତୀ (୧୨ ବର୍ଷ)ର ମୃତ୍ୟୁ ହୋଇଛି। ଖବର ପାଇ ଡିଏଫଓ ନିତିଶ କୁମା‌ର, ଏସିଏଫ ପ୍ରଫୁଲ୍ଲ ଧରୁଆ, ରେଞ୍ଜ ଅଧିକାରୀ ମନୋରଞ୍ଜନ ବାଘ, ଫରେ‌‌ଷ୍ଟର ବାବାଜୀ ନାଏକ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ଅନୁଧ୍ୟାନ କରିଛନ୍ତି। ତରଭା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଶ୍ୟାମ ସୁନ୍ଦର ପାଣ୍ଡେ ହାତୀର ଶବ ବ୍ୟବଛେଦ କରିଥିଲେ। ହାତୀର ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ। ପରୀକ୍ଷା ପାଇଁ ପଠାଯିବାକୁ ଭେସରା ସଂଗ୍ରହ କରାଯାଇଛି। ଏଥିସହ ହାତୀ ମୃତ୍ୟୁ ଘଟିଥିବା ନିକଟରେ ଥିବା ପୋଖରୀର ଜଳ ନମୁନା ମଧ୍ୟ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଭେସରା ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe