ବିଦ୍ୟୁତ୍‌ ଆଘାତରେ ଦନ୍ତା ମୃତ

Advertisment

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧା ମୃତ

Kerala Kaumudi

ଖଜୁରିଆକଟା : ଢେଙ୍କାନାଳର ହିନ୍ଦୋଳ ବନାଞ୍ଚଳରେ ହାତୀ-ମଣିଷ ଲଢେଇରେ କେତେବେଳେ ହାତୀର ଜୀବନ ଯାଉଛି, ତ କେତେବେଳେ ଜନସାଧାରଣଙ୍କ ଜୀବନ ଯାଉଛି। ବୁଧବାର ଦିନ ଏହିଭଳି ଏକ ଘଟଣା ଘଟିଛି ଦୁଦୁରକୋଟ ପଞ୍ଚାୟତ ମାନପୁର ଗ୍ରାମରେ।

ସକାଳେ ଗ୍ରାମର ଭ୍ରମରବର ବେହେରା (୫୭) ଘର ପାଖ ପୋଖରୀକୁ ଶୌଚ ହେବାକୁ ଯାଉଥିବା ସମୟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ଫଳରେ ଦନ୍ତା ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ଭ୍ରମରବରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସକାଳେ ଅସରଡ଼ା ପଞ୍ଚାୟତ ଅସରଡ଼ା ଗ୍ରାମ ହରିଜନସାହି ନିକଟରେ ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଶିକାରୀ ଶିକାର ପାଇଁ ସାହି ନିକଟରେ ଥିବା ବିଦ୍ୟୁତ ଟ୍ରାନ୍‌ସଫର୍ମରରୁ ହୁକ ପକାଇ ତାର ବିଛାଇଥିଲେ। ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଦନ୍ତାହାତୀଟି ଆସିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।

ଖବର ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ, ଖଜୁରିଆକଟା ସେକ୍ସନ ଫରେଷ୍ଟର ମୁକ୍ତିପ୍ରସାଦ ବେହେରା, ହାତୀସ୍କ୍ବାଡ୍‌ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପରିବର୍ତ୍ତୀ ସମୟରେ ଢେଙ୍କାନାଳ ଡିଏଫ୍‌ଓ ପ୍ରକାଶଚାନ୍ଦ ଗୁଗୁନାନି ପହଞ୍ଚିବା ପରେ ଦନ୍ତାହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଇଥିଲା ଯେ ଦନ୍ତାହାନ୍ତୀର ମୃତ୍ୟୁ ବିଦ୍ୟୁତ୍‌ ଆଘାତ ଯୋଗୁ ହୋଇଛି। ତୁରନ୍ତ ବନାଞ୍ଚଳ ଅଧିକାରୀ ଛାନ୍‌ଭିନ୍‌ କରିବାପରେ ଅସରଡା ଗ୍ରାମର ଜିତୁ ନାଏକଙ୍କୁ ସନ୍ଦେହରେ ପଚରାଉଚରା କରିବାପରେ ସେ ସବୁ ସତକଥା ମାନିଥିଲେ। ତାଙ୍କ ସହ ଆଉ ୨ ଜଣ ସାମିଲ ଥିଲେ ବୋଲି ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe