କେନ୍ଦୁଝରରେ ଆଉ ଏକ ଦନ୍ତା ମୃତ

କେନ୍ଦୁଝରରେ ଆଉ ଏକ ଦନ୍ତା ମୃତ

image source--the news minute

କେନ୍ଦୁଝର : ବିଭିନ୍ନ ସମୟରେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା କେନ୍ଦୁଝର ଜିଲ୍ଲାରେ ଆଜି ଆଉ ଏକ ଦନ୍ତାହାତୀର ମୃତ୍ୟୁ ଖବର ମିଳିଛି। ବାଂଶପାଳ ବ୍ଲକ ତଥା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ତରମାକାନ୍ତ ଅନ୍ଧାରୀବୁଢ଼ୀ ପାହାଡ଼ରେ ଏହି ଦନ୍ତାହାତୀ ମରି ପଡ଼ିଥିବାର ସୂଚନା ପାଇବା ପରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ତରମାକାନ୍ତ ଅଞ୍ଚଳର କେତେକ ବାସିନ୍ଦା ଆଜି ସକାଳେ ଅନ୍ଧାରୀବୁଢ଼ୀ ପାହାଡ଼କୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଗୋଟିଏ ଦନ୍ତାହାତୀ ମରି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଠାବ କରିଥିଲେ। ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକଙ୍କୁ ଡକାଇଥିବା ଜଣାପଡ଼ିଛି। ମୃତ ହାତୀଟିର ବୟସ ୪/୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀଟି ମରିବା ସମୟରେ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇ ଶୁଖି ଯାଇଥିବା ଦେଖିବାକୁ ମିଳିଛି। କାନ ମୂଳରେ ଏକ କଣା ହୋଇ ରକ୍ତସ୍ରାବ ହୋଇଥିବାରୁ ଗୁଳି ମାଡ଼ରେ ମୃତ୍ୟୁ ହୋଇଥିବା କିମ୍ବା ବିଷକ୍ରିୟା ଯୋଗୁଁ ମରିଥିବା ଆଲୋଚନା ହେଉଛି। ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦେବାର ବ୍ୟବସ୍ଥା କରାଯାଉଛି। ରିପୋର୍ଟ ଆସିବା ପରେ ହାତୀମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe