ଅଯୋଧ୍ୟା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ, ବର୍ଷକ ଭିତରେ ମଲେଣି ୪ ହାତୀ

ସଙ୍କଟରେ ଗଜରାଜ: କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ

The Indian Express

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ବନାଞ୍ଚଳ ଅନ୍ତର୍ଗତ ବାରାଗଡ଼ିଆ ଗ୍ରାମରେ ଏକ ବିଶାଳକାୟ ଦନ୍ତାର ମୃତ୍ୟୁ ହୋଇଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ହେଁ କେଉଁ କାରଣରୁ ଦନ୍ତାର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି।

ଗତ ବିଳମ୍ବିତ ରାତିରେ ନୀଳଗିରି ବନାଞ୍ଚଳ ଅଧୀନ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲର ବାରାଗଡ଼ିଆ ଗ୍ରାମ ନିକଟରେ ଦନ୍ତାଟି ଖୁବ୍‌ଜୋରରେ ରଡ଼ି କରିଥିଲା। ଦନ୍ତାର ରଡ଼ି ଶୁଣି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଘରୁ କେହି ବାହାରିବାକୁ ସାହସ କରିନଥିଲେ। ସକାଳୁ ଗ୍ରାମର ପୁରସ୍ତମ ସିଂଙ୍କ ବାଡ଼ିରେ ଦନ୍ତାଟି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପ୍ରଚାରିତ ହେବାପରେ ମୃତହାତୀକୁ ଦେଖିବା ପାଇଁ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ନୀଳଗିରି ବନ ବିଭାଗକୁ ଖବର ଦିଆଯିବା ପରେ ବାଲେଶ୍ବର ଡିଏଫଓ ଆୟୁଷ ଜୈନ, ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା, ଫରେଷ୍ଟର ଶ୍ରୀଧର ଲେଙ୍କା, ଫରେଷ୍ଟ ଗାର୍ଡ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦନ୍ତା ମୃତ୍ୟୁର କାରଣ ଖୋଜିଥିଲେ। ଦନ୍ତାହାତୀଟିର ବିଷକ୍ରିୟାରେ ନା ବୟସାଧିକ କାରଣରୁ ମୃତ୍ୟୁ ହୋଇଛି, ସେ ନେଇ ବନ ବିଭାଗ ଦ୍ବନ୍ଦ୍ବରେ ରହିଛି। ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସକ ପହଞ୍ଚି ମୃତଦନ୍ତାର ବ୍ୟବଚ୍ଛେଦ କରିବା ପରେ ତାକୁ ପୋତି ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ଷକରେ ନୀଳଗିରି ବନାଞ୍ଚଳରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଯଦି ବନ ବିଭାଗ ତତ୍ପର ନହୁଏ, ତା’ହେଲେ ଆଗାମୀ ଦିନରେ କୁଳଡ଼ିହା ଅଭୟାରଣ୍ୟରୁ ହାତୀବଂଶ ଲୋପ ପାଇଯିବ ବୋଲି ପରିବେଶବିତ ଆଶଙ୍କା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe