ସମ୍ବଲପୁର : ହାତୀ ଦିବସରେ ହାତୀ ମଲା

ହାତୀ ଆକ୍ରମଣରେ ୪ ମୃତ

News Post

ଯୁଯୁମୁରା/ସମ୍ବଲପୁର : ବିଶ୍ବ ହସ୍ତୀ ଦିବସରେ ଦନ୍ତା ହାତୀର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଧମା ରେଞ୍ଜ ଅନ୍ତର୍ଗତ ତବଲୋଇ ଦେଓଗାଁ ସଂରକ୍ଷିତ ଜଙ୍ଗଲର କେଶାପାଲି ନିକଟସ୍ଥ ଦିଗ୍‌ଝରଣ ଡ୍ୟାମ୍‌ ନିକଟରେ। ସକାଳୁ ଏହି ଅଞ୍ଚଳର କିଛି ଲୋକ ଜଙ୍ଗଲକୁ ଯିବା ସମୟରେ ହାତୀଟିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ସୂଚନା ପାଇ ସମ୍ବଲପୁର ଡିଏଫ୍ଓ ଡ.ସଞ୍ଜିତ କୁମାରଙ୍କ ସମେତ ଧମା ରେଞ୍ଜର ଆଲୋକ ଷଡ଼ଙ୍ଗୀ ଓ ଅନ୍ୟ କର୍ମଚାରୀମା‌ନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିଥିଲେ। ବନବିଭାଗର ସୂଚନା ଅନୁସାରେ ହାତୀଟିର ବୟସ ପ୍ରାୟ ୨.୫ରୁ ୩ ବର୍ଷ ହେବ। ଏହାର ମୃତ୍ୟୁ ୨୪ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ହାତୀଟି ୫-୬ ଦିନ ହେବ ଅସୁସ୍ଥ ଅବସ୍ଥାରେ ଅଞ୍ଚଳରେ ବୁଲୁଥିଲା। ଏ ନେଇ ସେମାନେ ୩ ଦିନ ତଳେ ବନ ବିଭାଗକୁ ସୂଚନା ମଧ୍ୟ ପ୍ରଦାନ କରିଥିଲେ।

publive-image

ସେପଟେ, ଯୁଯୁମୁରା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ସମୟ‌ରେ ହାତୀ ଶରୀରର ବିଭିନ୍ନ ସ୍ଥାନରେ କୃମି ଥିବା ଦେଖିବାକୁ ମିଳିଥିଲା। କୃମି ଜନିତ ସଂକ୍ରମଣରୁ ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ବ୍ୟବଚ୍ଛେଦ ପରେ ହାତୀଟିକୁ ସେଠାରେ ହିଁ ‌ପୋତି ଦିଆଯାଇଥିଲା। ଏହି ଘଟଣାକୁ ମିଶାଇଲେ ଚଳିତ ବର୍ଷ ଯୁଯୁମୁରା ବ୍ଲକ୍‌ରେ ହାତୀ ମୃତ୍ୟୁ ସଂଖ୍ୟା ୨ ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe