ଚନ୍ଦଳି ଜଙ୍ଗଲରୁ ହାତୀର ଗଳିତ ଶବ ଉଦ୍ଧାର

Advertisment
ଚନ୍ଦଳି ଜଙ୍ଗଲରୁ ହାତୀର ଗଳିତ ଶବ ଉଦ୍ଧାର

ଉଲୁଣ୍ଡା : ଉଲୁଣ୍ଡା ବ୍ଲକ୍‌ ଝାରବାହାଲି ନିକଟ ଚନ୍ଦଳି ଜଙ୍ଗଲରେ ରବିବାର ଭୋର ୪ ଟାରେ ଏକ ଦନ୍ତା ହାତୀର ଗଳିତ ଶବକୁ ବନ ବିଭାଗ ଉଦ୍ଧାର କରିଛି। ତାର ବୟସ ୧୪ ବର୍ଷ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଅନ୍ୟପକ୍ଷେ ହାତୀର ପିଠିରେ ଏକ ବିରାଟ କ୍ଷତ ସୃଷ୍ଟି ହୋଇ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି। ତେଣୁ ହାତୀଟିକୁ କେହି ଆକ୍ରମଣ କରିଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। କିନ୍ତୁ ବନ ବିଭାଗର ସୂଚନା ଅନୁସାରେ ହାତୀଟି ୪ ଦିନ ହେବ ଅସୁସ୍ଥ ହୋଇ ଖାଦ୍ୟ ଗ୍ରହଣ କରୁନଥିଲା। ପ୍ରାଣୀ ଅଧିକାରୀ ଶବକୁ ବ୍ୟବଚ୍ଛେଦ କଲାପରେ ବନ ବିଭାଗ ହାତୀର ୨ ଦାନ୍ତକୁ କାଟି ଜବତ କରିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡ଼ିବ ବନ ଅଧିକାରୀ ଦୀନେଶ ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe