ବିନିକା ଷ୍ଟାଡ଼ିୟମ ନିକଟରେ ହାତୀ ପଲ, ଲୋକେ ଆତଙ୍କିତ

Advertisment
ଲୋପ ପାଇଯିବେ ବନ୍ୟପ୍ରାଣୀ! ୧୦ବର୍ଷରେ ୭୮୪ ହାତୀ ମୃତ୍ୟୁ

Picture Courtesy: Neha Parmar

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ୍‌ ଅଧୀନ ବିନିକା ପାପକ୍ଷୟ ଘାଟ ନିକଟରେ ମହାନଦୀ ପାରହୋଇ ସ୍ଥାନୀୟ ଷ୍ଟାଡିୟମ୍‌ ନିକଟରେ ହାତୀପଲ ପହଞ୍ଚିଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବିନିକା ବନବିଭାଗ ଓ ସ୍ଥାନୀୟ ଲୋକେ ନିଆଁ ଜାଳି, ବାଣ ଫୁଟାଇ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଘାଟ ନିକଟ ଗ୍ରାମ ଗୁଡ଼ିକରେ ବ୍ୟାପକ ଧାନ ଫସଲ, ପନିପରିବା ନଷ୍ଟ କରିଛନ୍ତି। ହାତୀପଲ ବୁଲୁଥିବାରୁ ବିନିକା ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି।

ଛୋଟବଡ଼ ମିଶି ପ୍ରାୟ ୨୫ରୁ ଅଧିକ ହାତୀ ଏହି ପଲରେ ରହି ଫସଲ ନଷ୍ଟ କରୁଥିବା ଜଣାପଡ଼ିଛି। ବିଗତ ବର୍ଷମାନଙ୍କରେ ଦିନେ କିମ୍ବା ୨ଦିନ ହାତୀପଲ ଆସି ଫେରିଯାଇଥାନ୍ତି। କିନ୍ତୁ ଚଳିତ ହାତୀଙ୍କ ଏଭଳି ଗତିବିଧି ଚାଷୀଙ୍କୁ ଚିନ୍ତାରେ ପକାଇଛି। ବିନିକା ରେଞ୍ଜର ପ୍ରେମରାଜ ଧରୁଆଙ୍କୁ ପଚାରିବାରୁ ପ୍ରାୟ ୨୫ ଟି ହାତୀ ଆସି ଘାଟ ନିକଟ ଆଦର୍ଶସ୍କୁଲ କୋଠା ପାଖରେ ରହିଛନ୍ତି। ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଘଉଡ଼ାଇବାକୁ ଚେଷ୍ଟା କରାଯାଉଛି। ୨ଟି ଟିମ୍‌ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କହିଥିଲେ। ଅନ୍ୟପଟେ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe