ପାଟଣା ଅଞ୍ଚଳରେ ହାତୀ ଉପଦ୍ରବ

ପାଟଣା ଅଞ୍ଚଳରେ ହାତୀ ଉପଦ୍ରବ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳକୁ କିଛିଦିନର ବ୍ୟବଧାନ ପରେ ପୁଣି ୧୭ ଟିକିଆ  ହାତୀପଲ ପଶି ଉପଦ୍ରବ ଜାରି ରଖିଛନ୍ତି। ଗତକାଲି ରାତିରେ କରଞ୍ଜିଆ ରେଞ୍ଜରୁ ହାତୀପଲ ଆସି ପାଟଣା ରେଞ୍ଜ ହରିଡ଼ାଗୋଠ ଗ୍ରାମର ମଧୁ ମୁଣ୍ଡାଙ୍କ ଭାଙ୍ଗି ଦେଇଛନ୍ତି। ଏହାପରେ ହାତୀପଲ ପାଟଣା ନିକଟସ୍ଥ ଖସାପିଟା ସାହିର ମିଥୁନ ମୁଣ୍ଡାଙ୍କ ତେଜରାତି ଦୋକାନର ସାମଗ୍ରୀ ନଷ୍ଟ କରିଦେବା ସହ ଘର ଭାଙ୍ଗି ଦେଇଛନ୍ତି।

ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପନିପରିବା କ୍ଷେତ ଉଜାଡ଼ି ଦେଇଥିବା ଜଣାପଡିଛି। ମାଧପୁର , ଗୋବରାବେଡା ଗ୍ରାମ ଜଙ୍ଗଲରେ ହାତୀପଲ ଅଛନ୍ତି। ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାର, ବନପାଳ ପିଅନ ନାଏକଙ୍କ ସମେତ କର୍ମଚାରୀମାନେ ହାତୀପଲର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe