ପୁଣି ମସ୍କାପଦର ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ, ଭାଙ୍ଗିଲେ ଘର

Advertisment
ପୁଣି ମସ୍କାପଦର ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ, ଭାଙ୍ଗିଲେ ଘର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜକୁ ୮ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ନିୟମିତ ଭାବେ ବଢ଼ି ଚାଲିଛି। ହାତୀମାନେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଆଜି ସନ୍ଧ୍ୟା ୮ଟା ସମୟରେ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ମସ୍କାପଦର କଲୋନିପଡ଼ାର ଲିଙ୍ଗରାଜ ମାଝୀଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି।

publive-image

ଆଜି ରାତି ୮ ଘଣ୍ଟା ସମୟରେ ଲାଞ୍ଜିଗଡ଼ ଫରେଷ୍ଟ ଅଧୀନରେ ଥିବା ଛତ୍ରପୁର ପଞ୍ଚାୟତ ମସ୍କାପଦର କଲୋନୀପଡ଼ାର ଲିଙ୍ଗରାଜ ମାଝୀଙ୍କ ଘର ଭାଙ୍ଗିଥିଲେ। ହାତୀମାନେ ଘରେଥିବା ଚାଉଳ, ଧାନ, କାନ୍ଦୁଲ, ଆବାସ ପତ୍ର ନଷ୍ଟ କରିଥିଲେ। ହାତୀ ଆସିବା ଜାଣି ପାରି ମସ୍କାପଦର ଲୋକେ ସ୍ଥାନୀୟ ଲାଞ୍ଜିଗଡ଼ ଫରେଷ୍ଟ ଅଫିସକୁ ଖବର ଦେଇଥିଲେ। ଗାଁ ଲୋକଙ୍କ ସହାୟତାରେ ଲାଞ୍ଜିଗଡ଼ ଫରେଷ୍ଟର ବୃଷଭ ବେଶ୍ରା ଓ ବନ ବିଭାଗ କର୍ମଚାରୀ ମାନେ ହାତୀ ଘଉଡ଼ାଇ ଥିଲେ। କିନ୍ତୁ ହାତୀପଲ ଘଟଣାସ୍ଥଳରୁ ଯାଉନଥିଲେ।

ସେହିପରି ଏହି ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ନିକଟସ୍ଥ ଗାଁ ଖଜୁରୀପଦର ଗାଁରେ ପହଞ୍ଚି ଥିଲେ। ଖଜୁରୀପଦର ଗାଁର କାଟ୍ରି ମାଝୀଙ୍କ ଗାଁ ମୁଣ୍ଡରେ ଥିବା ଏକୁଟିଆ ଘରକୁ ଘେରି ରହି କଦଳୀ ଗଛ ଭାଙ୍ଗିଥିଲେ। କାଟ୍ରିଙ୍କ ସ୍ତ୍ରୀ ଘରୁ ବାହାରି ଅନ୍ୟ ଘରକୁ ଚାଲି ଯାଇଥିଲେ। କାଟ୍ରିଙ୍କୁ ଉଦ୍ଧାର କରିବା ପାଇଁ ଲାଞ୍ଜିଗଡ଼ ବନ ବିଭାଗ ଖଜୁରଗୁଡା ଗାଁରେ ପହଞ୍ଚି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe