ଦୀର୍ଘ ସମୟ ଧରି କଂପାନି ପରିସରରେ ତାଣ୍ଡବ ରଚିଲା ଦନ୍ତା, ଶ୍ରମିକ ଆତଙ୍କିତ

Advertisment

କଂପାନି ପରିସରରୁ ଛତ୍ରଭଂଗ ଦେଲେ ଶ୍ରମିକ, ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଜାରି

କଂପାନି ପରିସରରୁ ଛତ୍ରଭଂଗ ଦେଲେ ଶ୍ରମିକ, ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଜାରି

ଦୀର୍ଘ ସମୟ ଧରି କଂପାନି ପରିସରରେ ତାଣ୍ଡବ ରଚିଲା ଦନ୍ତା, ଶ୍ରମିକ ଆତଙ୍କିତ

ଖଜୁରିଆକଟା(ହିନ୍ଦୋଳ): ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଖଜୁରିଆକଟା ଅଚଂଳରେ ଥିବା ରୁଙ୍ଗଟା ମାଇନ୍ସ ପରିସରରେ ଆଜି ଦୀର୍ଘ ସମୟ ଧରି ଦନ୍ତା ତାଣ୍ଡବ ରଚିଛି। ରାସ୍ତା ଅତିକ୍ରମ କରି ଦନ୍ତା ରୁଙ୍ଗଟା କଂପାନି ପରିସରକୁ ପ୍ରବେଶ କରିଛି। ଏଠାରେ ଢେର କିଛି ସମୟ ରହିବା ସହିତ ଉପଦ୍ରବ ମଧ୍ୟ ସୃଷ୍ଟି କରିଛି। ଦନ୍ତା କଂପାନି ପରସରେ ଗଛ ଓ ଅନ୍ୟ ଜିନିଷ ପତ୍ର ଭାଙ୍ଗିଥିବା ସୂଚନା ମିଳିଛି।

କଂପାନି ପରିସରରେ ଦନ୍ତା ବୁଲୁଥିବା ଦେଖି ଶ୍ରମିକମାନେ ଆତଙ୍କିତ ହୋଇଥିଲେ। ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ରୁଙ୍ଗଟା ମାଇନ୍ସ ପରିସରରେ ହାତୀ ଉତ୍ପାତ କରୁଥିବା ଖବର ପାଇ ହିନ୍ଦୋଳ ବନ ବିଭାଗର କର୍ମଚାରୀମାନେ ପହଂଚିଥିଲେ। ବନ ବିଭାଗ କୌଶଳ କ୍ରମେ ଦନ୍ତାକୁ କଂପାନି ପରିସରରୁ ଘଉଡାଇଥିଲା।

publive-image

ସୂଚନାଯୋଗ୍ୟ, ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମି ଥାନା ଅଧିନରେ ଥିବା ରୁଙ୍ଗଟା କଂପାନି ଦ୍ବାରା ଦିଆଯାଇଥିବା ବିକଳ୍ପ ରାସ୍ତାକୁ ବିରୋଧ କରି ସ୍ଥାନୀୟ ତର୍କାବେଡାବାସୀ ଆଜକୁ ପ୍ରାୟ ୧ ମାସ ହେବଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କର ଅଭିଯୋଗ ହେଲା ଯେ, କଂପାନି ଗାଁର ଜୀବନରେଖା କୁହାଯାଉଥିବା ରାସ୍ତାକୁ ନିଜ ନିୟନ୍ତ୍ରଣରେ ଆଣିବାକୁ ଉଦ୍ୟମ କରୁଛି। କଂପାନି ଲୋକଙ୍କୁ ମୁଖ୍ୟ ରାସ୍ତା ବଦଳରେ ଏକ ବିକଳ୍ପ ରାସ୍ତା ଦେବାକୁ ଯାଉଛି। କିନ୍ତୁ ବିକଳ୍ପ ରାସ୍ତା ହେଉଛି ହାତୀମାନଙ୍କ ଆଡ୍ଠାସ୍ଥଳୀ। ଏହି ରାସ୍ତାରେ ହାତୀମାନେ ଅଧିକାଂଶ ସମୟରେ ଚଳପ୍ରଚଳ କରୁଛନ୍ତି। ଗ୍ରାମବାସୀ ଯେ, ବିଳକ୍ପ ରାସ୍ତାରେ ବିଗତ ଦିନରେ ୩ ଜଣଙ୍କୁ ହାତୀ ମାରିଛି। ଏହି ବିକଳ୍ପ ରାସ୍ତା ଲୋକଙ୍କୁ ଅସୁବିଧାରେ ପକାଇବ। ସେଥିପାଇଁ ସେମାନେ ଏହାକୁ ରାଜି ହେଉ ନାହାନ୍ତି। ଏହି ହାତୀ ଘଟଣାକୁ ନେଇ ଆନ୍ଦୋଳନକୁ ଆହିରି ତୀବ୍ର କରିଛନ୍ତି। ଦିନ ଦ୍ବିପ୍ରହରେ ଯେଉଁ ରାସ୍ତାରେ ହାତୀ ବୁଲିଛି, ଆମେ କେମିତି ସେହି ରାସ୍ତା ବ୍ୟବହାର କରିବୁ ବୋଲି କହିଛନ୍ତି। ତେଣୁ ପୁରୁଣା ରାସ୍ତା ଆମକୁ ଦିଆଯାଉ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe