ତେଲକୋଇ : ତେଲକୋଇ ବନାଞ୍ଚଳ ବଳଭଦ୍ରପୁର ପଞ୍ଚାୟତ ପାଟଖଳି ଗାଁରେ ବୁଧବାର ଅପରାହ୍ଣ ୪ଟାବେଳେ ଏକ ଦନ୍ତାହାତୀ ପଶିଥିଲା। ଗାଁ ନିକଟସ୍ଥ ଆଡ଼ିବନ୍ଧରେ ପାଣି ପିଇବାକୁ ହାତୀଟି ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିଲା। ଲୋକେ ପାଟି କରିବାରୁ ହାତୀଟି ଗାଁରେ ପଶିଯାଇଥିଲା। ପରେ ଘୁରୁଡ଼ିଆ ଗ୍ରାମ୍ୟ ଜଙ୍ଗଲକୁ ଚାଲି ଯାଇଥିଲା। ଏନେଇ ରେଞ୍ଜର ପ୍ରମୋଦ କୁମାର ସେଠୀ କହିଛନ୍ତି, ହାତୀଟି ନିକଟସ୍ଥ ଜଙ୍ଗଲରେ ରହୁଛି। ତା'ର ଗତିବିଦ୍ଧି ଉପରେ ନଜର ରଖାଯାଉଛି ବୋଲି କହିଛନ୍ତି।
ତେଲକୋଇ : ଗାଁରେ ପଶିଲା ହାତୀ
Advertisment
Follow Us