ହିଂସ୍ର ହେଲା ହାତୀ: ଯୁବକଙ୍କୁ ଦଳିଦେଲା ରକ୍ତମୁଖା ଦନ୍ତା

ଯୁଯୁମୁରା ଅଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ

Pinterest

ଔପଦା: ହାଟରୁ ସଉଦା କିଣି ଘରକୁ ଫେରୁଥିବାବେଳେ ଜଣେ ଯୁବକଙ୍କୁ ଦଳି ମାରିଦେଇଛି ହାତୀ। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୁଲଗଡ଼ିଆ ଗ୍ରାମର ଟାପୁ ବାନରା (୪୬)। ସୂଚନା ମୁତାବକ, ଟାପୁ ଗତକାଲି ବାଲେଶ୍ବର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ କସପା ହାଟକୁ ସଉଦା କରିବା ପାଇଁ ଆସିଥିଲେ। ସଂଧ୍ୟାରେ ହାଟ ସାରି ଘରକୁ ଚାଲିଚାଲି ଫେରୁଥିବାବେଳେ ଶୋଳଭଉଣୀ ବନ୍ଧ ରାସ୍ତାରେ ଏକ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ଜୀବନବିକଳରେ ଟାପୁ ଦୌଡ଼ିଥିଲେ ମଧ୍ୟ ହାତୀ କବଳରୁ ବର୍ତ୍ତି ପାରିନଥିଲେ। ହାତୀଟି ତାଙ୍କୁ ପାଦରେ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଗୁରୁବାର ସକାଳେ ସ୍ଥାନୀୟ ଲୋକେ ବନ୍ଧ ରାସ୍ତାରେ ବୀଭତ୍ସ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ମୃତ ଟାପୁଙ୍କ ବଡ଼ଭାଇ ପ୍ରଧାନ ବାନରା ଏ ନେଇ ଔପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଔପଦା ଥାନା ଆଇଆଇସି କମଳିନୀ ତାଣ୍ଡିଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ସଂଗ୍ରାମ କେଶରୀ ବେହେରା, କୁଅଁର କିସ୍କୁ, ବନ ବିଭାଗ ରେଞ୍ଜର ବବିତା ସୋରେନ୍‌, ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ, ପ୍ରକାଶ ମହାନ୍ତି, ନରେଶ ଚନ୍ଦ୍ର ସିଂ ପ୍ରମୁଖ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନା ପଠାଇଛନ୍ତି। ଏ ନେଇ ଥାନା କେସ୍ ନଂ ୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅନ୍ୟପଟେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ମାଝୀଙ୍କ ଉପସ୍ଥିତିରେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯାଇଛି। ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଦିଆଯିବ ବୋଲି ରେଞ୍ଜର ଶ୍ରୀମତୀ ସୋରେନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe