ଘରେ ପଶି ପୁଅଙ୍କୁ କଚାଡ଼ି ମାରିଲା ହାତୀ: ୫ ବର୍ଷର ଶିଶୁପୁଅ ମୃତ, ଅଳ୍ପକେ ବର୍ତ୍ତିଲେ ବାପା ମା

Advertisment
କଟକ ବନାଞ୍ଚଳରେ ବିପଦରେ ହାତୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକର ମହୁଲଡ଼ଗର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାତିରେ ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ହାତୀ ଦଳିଦେଇଛି। ଏହାଫଳରେ ୫ ବର୍ଷର ଶିଶୁପୁଅର ମୃତ୍ୟୁ ହୋଇଥିବା ବେଳେ, ବାପା ମା ଅଳ୍ପକେ ବର୍ତ୍ତିଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲଡଗର ଗାଁରେ ବିଳମ୍ବିତ ରାତିରେ ଏକ ହାତୀ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଥିଲା। ତେବେ ଏଥିରୁ ଅଳ୍ପକେ ବାପା ମା ବର୍ତ୍ତିଯାଇଥିଲେ। ମୃତ ଶିଶୁ ଜଣଙ୍କ ହେଇଛନ୍ତି ରସାନନ୍ଦ ଜେରେଇଙ୍କ ପୁଅ ରିଷି ଜେରେଇ।

ରସାନନ୍ଦ, ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇଥିବା ବେଳେ, ହାତୀଟି ଘର ଭିତରକୁ ପଶି ଆସିଥିଲା। ରସାନନ୍ଦ ଓ ତାଙ୍କ ସ୍ତ୍ରୀ ଖସି ପଳାଇଥିବା ବେଳେ, ୫ ବର୍ଷର ଶିଶୁପୁଅକୁ କଚାଡ଼ି ମାରିଥିଲା ଦନ୍ତା। ତେବେ ରସାନନ୍ଦ ଗାଁ ଲୋକଙ୍କୁ ଜଣାଇବା ପରେ, ଗାଁ ଲୋକେ ମିଳିତ ଭାବେ ହାତଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ହାତୀଟି ଗ୍ରାମର ଆଉ ଚାରିଜଣଙ୍କ ଘର ଭାଙ୍ଗିବା ପରେ ବନ ବିଭାଗ ପହଞ୍ଚି ହାତୀଟି କୁ ଘଉଡ଼ାଇବା ସହ ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେପଟେ ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏଣେ ହାତୀ ଉପଦ୍ରବ ବୃଦ୍ଧି ନେଇ ବନ ବିଭାଗ ଉପରେ ଅସନ୍ତୁଷ୍ଟ ଅଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe