ଦନ୍ତାକୁ ମାରି ଦାନ୍ତ ନେଇଗଲେ: ନରସିଂହପୁର ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

Advertisment

ନରସିଂହପୁର ଅନ୍ତର୍ଗତ ଖେସେରା ରେଭିନ୍ୟୁ ଜଙ୍ଗଲରେ ଏକ ଦନ୍ତାହାତୀକୁ ହତ୍ୟା କରି ଦୁର୍ବୃତ୍ତ ଦାନ୍ତ ନେଇଯାଇଛନ୍ତି। ହାତୀଟିକୁ ଦୁର୍ବୃତ୍ତ ପ୍ରାୟ ସପ୍ତାହେ ପୂର୍ବରୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ବନବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା...

ନରସିଂହପୁର ଅନ୍ତର୍ଗତ ଖେସେରା ରେଭିନ୍ୟୁ ଜଙ୍ଗଲରେ ଏକ ଦନ୍ତାହାତୀକୁ ହତ୍ୟା କରି ଦୁର୍ବୃତ୍ତ ଦାନ୍ତ ନେଇଯାଇଛନ୍ତି। ହାତୀଟିକୁ ଦୁର୍ବୃତ୍ତ ପ୍ରାୟ ସପ୍ତାହେ ପୂର୍ବରୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ବନବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା...

ନରସିଂହପୁର: ନରସିଂହପୁର ଅନ୍ତର୍ଗତ ଖେସେରା ରେଭିନ୍ୟୁ ଜଙ୍ଗଲରେ ଏକ ଦନ୍ତାହାତୀକୁ ହତ୍ୟା କରି ଦୁର୍ବୃତ୍ତ ଦାନ୍ତ ନେଇଯାଇଛନ୍ତି। ହାତୀଟିକୁ ଦୁର୍ବୃତ୍ତ ପ୍ରାୟ ସପ୍ତାହେ ପୂର୍ବରୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ବନବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି। ମୃତ୍ୟୁର କାରଣ ଜାଣିବା ପାଇଁ ଓୟୁଏଟି ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ହାତୀ ହତ୍ୟା ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। 

aaddd

ସୂଚନା ମୁତାବକ, ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଂହା ସେକ୍ସନ୍‌ ମିଟିକାପୁର ବିଟ୍‌ ପୁରୁଣାପାଣି ଅନ୍ତର୍ଗତ ଖେସେରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଫରେଷ୍ଟ ଗାର୍ଡଙ୍କୁ ସୂଚନା ମିଳିଥିଲା। ସୂଚନା ପାଇ ଆଠଗଡ଼ ଡିଏଫ୍‌ଓ ଯଜ୍ଞଦତ୍ତ ପତି, ଏସିଏଫ୍‌ ମନୋଜ ପାତ୍ର, ଭୁବନେଶ୍ୱର ଜେଟିଏଫ୍‌ ପଶ୍ଚିମ ବନାଧିକାରୀ ପ୍ରଦୀପ କୁମାର ନାୟକଙ୍କ ସମେତ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଠାବ କରିଥିଲେ। ପ୍ରାଥମିକ ତଦନ୍ତରେ ହାତୀଟିକୁ କେହି ସପ୍ତାହେ ପୂର୍ବରୁ ମାରି ଦାନ୍ତ ନେଇଯାଇଥିବା ସନ୍ଦେହ କରାଯାଉଛି। ହାତୀଟିର ଶରୀର ସମ୍ପୂର୍ଣ୍ଣ ପଚିଯାଇଥିବା ବେଳେ ହାତୀଟିର ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି। ନରସିଂହପୁର ପ୍ରାଣୀ ଚିକିତ୍ସକ ନିହାର ରଞ୍ଜନ ମିଶ୍ର ହାତୀଟିର ବ୍ୟବଚ୍ଛେଦ କରିଥିଲେ। ମାତ୍ର ଏହାର ମୃତ୍ୟୁ କିପରି ହୋଇଛି, ତାହା ଅସ୍ପଷ୍ଟ ରହିଛି। ମୃତ ହାତୀର ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରର ଓୟୁଏଟି ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆଠଗଡ଼ ଏସିଏଫ୍‌ ଶ୍ରୀ ପାତ୍ର ଓ ପଶ୍ଚିମ ରେଞ୍ଜ ଅଫିସର୍‌ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe