ରାସୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବୁହାଳିପାଳ କୁସକଟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତକ ହେଲେ ଦିଗବିଜୟ ପାଳ। ଗତକାଲି ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ତାପରେ ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାପରେ ସେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ତାଙ୍କୁ କଟକ ନିଆଯିବା ବେଳେ ବାଟରେ ଦିଗବିଜୟ ପାଳଙ୍କର ପ୍ରାଣହାନି ଘଟିଥିଲା।
ଦିଗବିଜୟ ପାଳଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଦେଇଥିବା ଖବର ପାଇ ତାଙ୍କର ସାନ ଭାଇ ମାଧବ ଚନ୍ଦ୍ର ପାଳ ଥାନାକୁ ଯାଇ ଖବର ଦେବା ସହ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଡାକ୍ତରଖାନା ନେବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରେ ଅଧିକସଂଖ୍ୟକ ହାତୀ ଥିବାରୁ ଏକା ଯିବାକୁ କେହି ସାହସ କରୁନଥିବା ବେଳେ ବନବିଭାଗ କର୍ମଚାରୀ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାପରେ ସେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ। ହେଲେ କଟକ ଯିବା ବାଟରେ ଦିଗବିଜୟ ପାଳଙ୍କର ପ୍ରାଣହାନି ଘଟିଥିଲା।
ଶ୍ରୀ ଦିଗବିଜୟଙ୍କ ଘର କଳିଙ୍ଗାରେ। ମାତ୍ର ସେ ବହୁ ବର୍ଷ ଧରି ବୁହାଳିପାଳ କୁସକଟା ଗ୍ରାମରେ ବିଭିନ୍ନ ପ୍ରକାର ଚାଷ କରିଆସୁଥିଲେ। ଗତକାଲି ରାତି ୯ଟା ବେଳେ ଘର ମୁହଁରେ ହାତୀପଲ ଠିଆ ହୋଇଥିଲେ। କିନ୍ତୁ ଅନ୍ଧାର ହେତୁ ସେ ଜାଣିପାରି ନଥିଲେ। ପରେ ଗୋଟିଏ ହାତୀ ଶୁଣ୍ଢରେ କଚାଡ଼ି ଦେଇଥିଲା ଏହାଫଳରେ ସେ ଗୁୁରୁତର ହୋଇଥିଲେ।
Follow Us