ଘରେ ଖାଉଥିବା ଲୋକକୁ ଉଠାଇ ଆଣି ମାରିପକାଇଲା ହାତୀ

Advertisment
ଘରେ ଖାଉଥିବା ଲୋକକୁ ଉଠାଇ ଆଣି ମାରିପକାଇଲା ହାତୀ

ccrsl.org

ଅନଗୁଳ: କଣିହାଁ ବ୍ଲକ୍‌ ଅଞ୍ଚଳର କୁଳୁମା ପଞ୍ଚାୟତ ଅନ୍ତର୍ଗତ ଓଳନ୍ଦା ଗାଁ’ରେ ଘରେ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ଗୋଟାଏ ବଣୁଆ ହାତୀ ଉଠାଇ ଆଣି ମାରି ପକାଇଛି।

ଘଟଣାଟି ଶନିବାର ରାତି ପ୍ରାୟ ୮ଟା ବେଳେ ଘଟିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ୬୦ ବର୍ଷିୟ ନବକିଶୋର ସେଠୀ।

publive-image image source-sentinelassam.com

ଗତ ସନ୍ଧ୍ୟାରେ ବଣଜଙ୍ଗଲ ଘେରା ଓଳନ୍ଦା ଗାଁ ମୁଣ୍ଡରେ ଉକ୍ତ ହାତୀଟି ଥିଲା। ତେଣୁ ଗାଁ ଲୋକେ ଭୟଭୀତ ହେବା ସହ ସତର୍କ ରହିଥିଲେ। ରାତି ପ୍ରାୟ ୮ଟା ବେଳେ ସେ ହାତୀଟି ଗାଁ ଭିତରକୁ ଚାଲିଆସି ଆଷାଢୁ ନାୟକଙ୍କ ଚାଳଘରଟିକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀମାନେ ମିଳିତଭାବେ ହାତୀଟିକୁ ଘଉଡ଼ାଇବାରୁ ସେ ରାଗିଗଲା। ସେଠାରୁ ହଟିଯାଇ ହାତୀଟି ଖାଇବସିଥିବା ନବକିଶୋରଙ୍କ ଘରେ ପଶି ତାଙ୍କୁ ପଦାକୁ ଉଠାଇ ଆଣି କଚାଡ଼ି ପକାଇବା ପରେ ଦଳି ମାରି ପକାଇଲା।

ଖବର ପାଇ ଆଜି ସକାଳୁ ବନ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe