Advertisment

ବୃଦ୍ଧାଙ୍କୁ କଚାଡ଼ି ମାରିଲା କୁଳଡିହା ହାତୀ

Advertisment
ହାତୀ ଆକ୍ରମଣରେ ମହିଳା ମୃତ

ନୀଳଗିରି: ପରିସ୍ରା କରିବାକୁ ଆସି ଗଲା ଜୀବନ। ୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା କୁଳଡିହା ହାତୀ। ବିଳମ୍ବିତ ରାତିରେ ହାତୀ ଉପଦ୍ରବ। ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଜଣକ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁଣ୍ଟି ଦେହୁରୀ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଭୋର ସମୟରେ ପୁଣ୍ଟି ପରିସ୍ରା ପାଇଁ ଘର ବାହାରକୁ ଆସିଥିବା ବେଳେ ହଠାତ ଏକ କୁଳଡିହା ହାତୀ ତାଙ୍କୁ ପଛପଟୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା।ପରେ ପରିବାର ଲୋକେ ହାତୀର ଗର୍ଜନ ଶୁଣି ବାହାରକୁ ଆସି ପୁଣ୍ଟିଙ୍କୁ ଅଚେତ ପାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe