ମୋତେ ଖାଦ୍ୟ ଦିଅ : ଖାଦ୍ୟ ପାଇଁ ରାଜରାସ୍ତା ଉପରେ ଗଜରାଜ

Advertisment
ମୋତେ ଖାଦ୍ୟ ଦିଅ : ଖାଦ୍ୟ ପାଇଁ ରାଜରାସ୍ତା ଉପରେ ଗଜରାଜ

ବଣାଇଁଗଡ଼ : ଖାଦ୍ୟ ପାଇଁ ରାଜରାସ୍ତା ଉପରେ ଗଜରାଜ। ରାଜରାସ୍ତାରେ ଯାତାୟତ କରୁଥିବା ଗାଡି ଅଟକାଉଛି। ଶୁଣ୍ଢ ବଢାଇ ଖାଦ୍ୟ ମାଗୁଛି। ଖାଦ୍ୟ ମିଳିବା ପରେ ଗାଡି ଛାଡ଼ୁଛି।

ଗତ କିଛି ଦିନ ହେବ ବରସୁଁଆ ରେଞ୍ଜ ଅନ୍ତର୍ଗତ ଟେନ୍‌ସା-ବରସୁଁଆ ରାଜରାସ୍ତାରେ ଏମିତି ଚିତ୍ର ଦେଖିବାକୁ ମିଳୁଛି।

ଗତକାଲି ମଧ୍ୟ ହାତୀ ପାଇଁ ରାତିରେ ୨ ଘଣ୍ଟା ଧରି ଟେନ୍‌ସା-ବରସୁଁଆ ଘାଟିରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଅନେକ ଗାଡ଼ିର ଚାଳକ ଓ ଯାତ୍ରୀ ହାତୀ ଦେଖିବାକୁ ଭିଡ କରିଥିଲେ। ଖାଦ୍ୟ ଖାଇ ସାରିବା ପରେ ହାତୀଟି ଘାଟି ରାସ୍ତାରୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା। ଗାଡି ଚାଳକଙ୍କ କହିବା ଅନୁସାରେ, ହାତୀଟି ବେଶ୍‌ କିଛିଦିନ ହେବ ରାସ୍ତାକୁ ଆସି ଗାଡି ଚାଳକମାନଙ୍କ ଠାରୁ ଖାଦ୍ୟ ଖାଇ ସାରିବା ପରେ ଜଙ୍ଗଲକୁ ଫେରି ଯାଉଛି। ଏପର୍ଯ୍ୟନ୍ତ ହାତୀଟି କାହାର କୌଣସି କ୍ଷତି ଘଟାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe