ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

Advertisment
ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଶୁକ୍ରବାର ରାତିରେ ନିୟମଗିରି ପାଦଦେଶରେ ଥିବା ପାତର ଜଙ୍ଗଲରୁ ଏକ ୫ ଘରିଆ ହାତୀପଲ ତ୍ରିଲୋଚନପୁର ପଞ୍ଚାୟତର ଗଉଡ଼ ଥୁଆଗୁଡ଼ା ଗାଁକୁ ଚାଲି ଆସିଥିଲେ। ଗାଁର ପ୍ରସାଦ ଗଉଡ଼ଙ୍କ ଜମିରେ ପଶି କଟା ଯାଇଥିବା ଧାନକୁ ମାଡ଼ି ଚକଟି ନଷ୍ଟ କରି ଦେଇଥିଲେ। ଏହାପରେ ଗାଁର ସୀମାଞ୍ଚଳ ଗଉଡ଼ଙ୍କ ଏକ ଏକର ଅମଳକ୍ଷମ ଧାନ ଫସଲ ନଷ୍ଟ କରିଥିଲେ।

ସୀମାଞ୍ଚଳ ଆସନ୍ତା ସୋମବାର ଧାନ କାଟିବାକୁ ସବୁ ପ୍ରସ୍ତୁତି ସାରି ଦେଇଥିବା ବେଳେ ହାତୀପଲ ସବୁତକ ଉଜାଡ଼ି ଦେଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ଗାଁର କାଳିଆ ଗଉଡ଼ଙ୍କ ଅମଳ ହୋଇଥିବା ଦେଢ଼ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି। ହାତୀପଲ ନିକଟ ନିୟମଗିରି ପାହାଡ଼କୁ ଲାଗି ରହିଥିବା ପାତର ଜଙ୍ଗଲରେ ରହିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଚାଷୀଙ୍କ ଅଭିଯୋଗ ପରେ ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ଫରେଷ୍ଟଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା, ଏଲିଫେଣ୍ଟ ସ୍କ୍ବାଡ୍ ସାଣ୍ଡରୁ ମାଝୀ, ସୁଶାନ୍ତ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe