ମାରଣା ହାତୀକୁ ଖୋଜୁଛି ଡ୍ରୋନ କ୍ୟାମେରା: ଯାଜପୁରରେ ୪ ଜଣଙ୍କୁ ମାରିବା ପରେ ତାତିଲେ ଲୋକ, ରାସ୍ତା ଅବରୋଧ

ଦାନଗଦି ମେଡିକାଲ ସମ୍ମୁଖରେ ରାସ୍ତାରୋକ

ମାରଣା ହାତୀକୁ ଖୋଜୁଛି ଡ୍ରୋନ କ୍ୟାମେରା: ଯାଜପୁରରେ ୪ ଜଣଙ୍କୁ ମାରିବା ପରେ ତାତିଲେ ଲୋକ, ରାସ୍ତା ଅବରୋଧ

ଯାଜପୁର: ଯାଜପୁରରେ ହାତୀ ଉପଦ୍ରବ ପରେ ରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଦୂଳିଗଡ ଜଙ୍ଗଲରେ ୩ ଦିନ ହେଲା ଜଙ୍ଗଲି ହାତୀଟି ରହି ୪ ଜଣଙ୍କୁ ମାରି ସାରିଥିବା ବେଳେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହାକୁ ଧରିବାକୁ କୌଣସି ଉଦ୍ୟମ କରାଯାଉ ନାହିଁ। ତେଣୁ ଏହାକୁ ବିରୋଧ କରି ମିଲିଟାରୀ ଛକଠାରେ ରାସ୍ତାରୋକ କରାଯାଇଛି।  ଗତ ୭ଦିନ ଭିତରେ ୩ଜଣଙ୍କୁ ହାତୀ ମାରିସାରିଥିବା ବେଳେ ଗତକାଲି ରାତିରେ  ଜଣେ ୧୫ବର୍ଷୀୟ ପିଲାକୁ ହାତୀ ମାରିଛି। ନାବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉ‌ତ୍ତେଜନ‌ା ଦେଖାଦେଇଛି।

publive-image

ହାତୀ ଘଉଡ଼ାଇବା ଓ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଓ ମାନପୁର ଓଭରବ୍ରିଜ ନିକଟରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଏହା ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେଣେ ହାତୀ ଆକ୍ରମଣରେ ମଠ ସାହିରେ ଆଉ ଏକ ବୃଦ୍ଧ ଦମ୍ପତି ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଆହତ ବୃଦ୍ଧ ଯୋଗେଶ୍ୱର ଦାସଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ସେପଟେ ବନବିଭାଗ ଦ୍ୱାରା ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଥିବା ବେ‌ଳେ ସ୍ଥାନୀୟ ଲୋକ ହାତୀ ଆକ୍ରମଣ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ରାତି ସାରା ନିଆଁ ଜାଳି ହାତୀ ଘଉଡ଼ାଇବା ସହ ଡ଼ରରେ ପିଲାମାନେ ସ୍କୁଲ ମଧ୍ୟ ଯାଉନାହାନ୍ତି।

ଜନ ଅସନ୍ତୋଷ ଦେଖି ବନ ବିଭାଗପକ୍ଷରୁ ଏବେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀକୁ ଖୋଜିବା ଆରମ୍ଭ କରାଯାଇଛି। ହାତୀକୁ ଠାବ କରିବା ପରେ ନନ୍ଦନକାନନ ଓ ବାରିପଦାରୁ ୨ଟି ଟିମ ଆସି ହାତୀକୁ ଟ୍ରାଙ୍କୁଲାଇଜ କରିବେ ବୋଲି ଯାଜପୁର ରୋଡ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe