କଟକ: କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଗତ କିଛି ଦିନ ହେବ ଚିକିତ୍ସିତ ହେଉଥିବା ଏକ ଛୁଆହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ନିକଟସ୍ଥ ଗରୁଡ଼ପାଳ ନିକଟରେ ଉକ୍ତ ଛୁଆହାତୀଟି ଅସୁସ୍ଥ ଅବସ୍ଥାରେ ପ୍ରାୟ ଛଅ ଦିନ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ଏହାପରେ ବଡ଼ମ୍ବା ରେଞ୍ଜ ବନବିଭାଗ କର୍ମଚାରୀମାନେ ଉକ୍ତ ଛୁଆହାତୀଟିର ଚିକିତ୍ସିତ କରାଉଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀମାନଙ୍କ ଉପସ୍ଥିତିରେ ଛୁଆହାତୀଟି ମୃତ୍ୟୁବରଣ କରିଥିବା ଜଣାଯାଇଛି। ଉକ୍ତ ଛୁଆହାତୀର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
Follow Us