ସୁବର୍ଣ୍ଣପୁର ଜିଲ୍ଲାର ଚାନ୍ଦଲି ରିଜର୍ଭ ଜଙ୍ଗଲରେ ମିଳିଲା ହାତୀର ମୃତଦେହ, ଦନ୍ତାକୁ କେହି ଗୁଳି ମାରିଥିବାର ସନ୍ଦେହ

Advertisment
ସୁବର୍ଣ୍ଣପୁର ଜିଲ୍ଲାର ଚାନ୍ଦଲି ରିଜର୍ଭ ଜଙ୍ଗଲରେ ମିଳିଲା ହାତୀର ମୃତଦେହ, ଦନ୍ତାକୁ କେହି ଗୁଳି ମାରିଥିବାର ସନ୍ଦେହ

image source-nypost.com

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଚାନ୍ଦଲି ରିଜର୍ଭ ଜଙ୍ଗଲରେ ଆଜି ଭୋର୍ ସମୟରେ ଏକ ମୃତ ହାତୀକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଭୋର୍ ୪ଟା ସମୟରେ ଉକ୍ତ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି l

ଖବର ପାଇ ଘଟଣାସ୍ଥଳରେ ରେଞ୍ଜର ପି. କେ. ନାୟକ, ସ୍ପେସିଆଲ ଅଫିସର କିରଣ ବିଶୋଇ, ପଦ୍ମଲୋଚନ ଭୋଇ ପ୍ରମୁଖ ପହଞ୍ଚି ହାତୀଟିକୁ ଜଗି ରହିଥିବା ଜଣାଯାଇଛି। ମୃତ ଦନ୍ତା ହାତୀ ପିଠିରେ ଏକ କ୍ଷତ ଚି଼ହ୍ନ ଥିବା ଜଣାଯାଇଛି। ସେଥିରୁ କେହି ହାତୀକୁ ଗୁଳି ମାରିଥିବାର ସନ୍ଦେହ କରାଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe