ଖୋର୍ଦ୍ଧା ଉପକଣ୍ଠରେ ହାତୀପଲ, ମଳିପଡ଼ାରେ ଜଗିଛି ଦନ୍ତା

ଖୋର୍ଦ୍ଧା ଉପକଣ୍ଠରେ ହାତୀପଲ, ମଳିପଡ଼ାରେ ଜଗିଛି ଦନ୍ତା

ଖୋର୍ଦ୍ଧା: ସାବଧାନ! ଖୋର୍ଦ୍ଧାର ଧଉଳିମୁହାଁରୁ ମହତ୍‌ପଲ୍ଲା ଆଡ଼କୁ ମୁହାଁଇଛନ୍ତି ହାତୀପଲ। ବିଲରେ ପାକଳା ଧାନ ଏବେ ଥିବା ବେଳେ ହାତୀପଲ ଏହାକୁ ଖାଇବା ପାଇଁ ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୧୫/୧୬ଟି ହାତୀ ଦଳବଦ୍ଧ ଭାବେ ଗତି କରୁଛନ୍ତି। ତା’ଠାରୁ ବେଶୀ ବିପଦଜ୍ଜନକ ହେଉଛି ଗୋଟିକିଆ ଦନ୍ତା। ଏ ଦନ୍ତା ହାତୀ ଏବେ ମଳିପଡ଼ା ଅଞ୍ଚଳରେ ଥିବା ଜଣାପଡ଼ିଛି। ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ହାତୀ ପଛେ ପଛେ ବନ ବିଭାଗ ବି ପିଛା କରୁଛି। ମୋଟ୍ ତିନି ଗୋଟି ଟିମ୍‌ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ପ୍ରକାଶ କରିଛନ୍ତି। ତା’ ସହିତ ଡ୍ରୋନ୍‌ କ୍ୟାମେରା ବି ହାତୀପଲଙ୍କ ଉପରେ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe