ଡେଲାଙ୍ଗରେ ହାତୀ ଆତଙ୍କ

ଡେଲାଙ୍ଗରେ ହାତୀ ଆତଙ୍କ

ଡେଲାଙ୍ଗ : ଡେଲାଙ୍ଗ ଓ ଜଟଣୀ ଅଞ୍ଚଳ ନିକଟବର୍ତ୍ତୀ ପାଣ୍ଡିଆବିଲିଠାରେ ପାଚାଲା ଧାନ ଖାଇବାକୁ ଗୁରୁବାର ରାତିରେ ଏକ ହାତୀ ଚାଲିଆସିଛି। ଡେଲାଙ୍ଗର ଘନିପୁର, ସାଉରିଆ ପଞ୍ଚାୟତ ଓ କଣାସ ଅଞ୍ଚଳର ଲୋକେ ହାତୀକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅପରପକ୍ଷେ ବନବିଭାଗ କର୍ମଚାରୀମାନେ ହାତୀକୁ ଘଉଡ଼ାଇ ଜଙ୍ଗଲ ମଧ୍ୟକୁ ନେଇଯିବାକୁ ଉଦ୍ୟମ ଚଳାଇଛନ୍ତି। ତିନିମାସ ପୂର୍ବରୁ ହାତୀ ଏହିଜାଗାକୁ ଆସି ଅନେକ କ୍ଷୟକ୍ଷତି ଘଟାଇଥିଲା। ଆଜି ଡେଲାଙ୍ଗ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରି ବନବିଭାଗ କର୍ମଚାରୀମାନେ ହାତୀକୁ ଜଙ୍ଗଲ ମଧ୍ୟକୁ ନେଇଯିବାକୁ ଚେଷ୍ଟା ଜାରି ରଖିଛନ୍ତି । ଖବର ଲେଖା ହେଲା ବେଳକୁ ହାତୀ ଡେଲାଙ୍ଗ ବ୍ଲକ୍‌ ନିକଟବର୍ତ୍ତୀ କୁମୁକା ଜଙ୍ଗଲ ମଧ୍ୟରେ ରହିଥିବା ଜଣାପଡ଼ିଛି । ବନବିଭାଗ କର୍ମଚାରୀମାନେ ହାତୀ ଉପରେ କଡ଼ାନଜର ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe