ଯାତ୍ରା ଦେଖି ଫେରୁଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଯାତ୍ରା ଦେଖି ଫେରୁଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଆଠଗଡ଼: ଆଠଗଡରେ ଜଣେ ବୃଦ୍ଧଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାତ୍ରା‌ ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା। ଖବର ପାଇ ଖୁଣ୍ଟୁଣୀ ପୁଲିସ ଏବଂ ବନବିଭାଗ ଟିମ୍ ପହଞ୍ଚିଛନ୍ତି। ତଦନ୍ତ ଜାରି ରହିଛି। ତାଙ୍କ ନାମ ଟୁବୁର ହନକା। ତାଙ୍କ ବୟସ ୬୫ ବର୍ଷ। ସେ କଣ୍ଟାବନ୍ଧ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ।

ଗତକାଲି ରାତିରେ ସେ  ଯାତ୍ରୀ ଦେଖି ଘରକୁ ଫେରୁଥିଲେ।ମତ୍ସ୍ୟପୁର ଫାର୍ମ ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe