ଜଗତପୁରରେ ହାତୀ ଉପଦ୍ରବ ଘଟଣା: ଟ୍ରାଙ୍କୁଲାଇଜ ହେଲା ଆକ୍ରମଣକାରୀ ହାତୀ

Advertisment
ଜଗତପୁରରେ ହାତୀ ଉପଦ୍ରବ ଘଟଣା: ଟ୍ରାଙ୍କୁଲାଇଜ ହେଲା ଆକ୍ରମଣକାରୀ ହାତୀ

କଟକ: କଟକ ସହର ଉପକଣ୍ଠ ଜଗତପୁର ଅଞ୍ଚଳରେ ଆଜି ସକାଳୁ ତାଣ୍ଡବ ରଚିଥିବା ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିଛି। ବନ ବିଭାଗର କର୍ମଚାରୀମାନେ ଆକ୍ରମଣକାରୀ ହାତୀକୁ ବସନ୍ତ ବିହାର ଅଞ୍ଚଳରେ ଟ୍ରାଙ୍କୁଲାଇଜ କରିଥିବା ଜଣାପଡ଼ିଛି। ବନ ବିଭାଗର ପ୍ରାୟ ୨୫ ଜଣ କର୍ମଚାରୀ ଦିନସାରା ନାକେଦମ ହେଲା ପରେ ହାତୀଟି ପ୍ରାୟ ସନ୍ଧ୍ୟା ୬ଟାରେ ଟାଙ୍କୁଲାଇଜ ହୋଇଥିଲା। ହାତୀଟି ଅଚେତ ଅବସ୍ଥାରେ ପଡ଼ିଥିବା ‌ବେଳେ ତାଙ୍କୁ ନେଇ କୌଣସି ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି।

ଅନ୍ୟପଟରେ ଆଜି ଆକ୍ରମଣର ଶିକାର ହୋଇ ଗୁରୁତର ଥିବା ୨ ଗୁରୁତରଙ୍କୁ କଟକ ମେୟର ସ୍ଥାନୀୟ ବଡ଼ଡାକ୍ତରଖାନାରେ ଭେଟିଥିଲେ। ଉଭୟ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଆଜି ସକାଳୁ ଜଗତପୁରରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ। ଦୁଇ ଗୁରୁତରଙ୍କୁ ବଡ଼ମେଡକାଲରେ ଭର୍ତ୍ତି କରାଯାଇଥିଲା। ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିଲା। ତିନିଟି ହାତୀ ଜଗତପୁରରେ  ଦିନସାରା ଉପଦ୍ରବ ଜାରି ରଖିଥିଲେ। ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଅପରେସନ ଚାଲିଥିଲା। ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା ପାଇଁ ସତର୍କ ସୂଚନା ଦିଆଯାଇଥିଲା। ସେହିପରି ଜଗତପୁର ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe