ମ. ରାମପୁର : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନସ୍ଥ ନର୍ଲା ବନାଂଚଳ ଉର୍ଲଦାନୀ ସଂରକ୍ଷିତ ଜଙ୍ଗଲରୁ ଗତ ୭ ତାରିଖ ଦିନ ଏକ ଦାନ୍ତ ନଥିବା ହାତୀର ଶବ ବନ ବିଭାଗ ଉଦ୍ଧାର କରିଥିଲା। ଏନେଇ ବନ ବିଭାଗ ତଦନ୍ତ କରି ଗତ ମଙ୍ଗଳବାର ହାତୀ ଦାନ୍ତ ଜବତ କରିଥିଲା। ବୁଧବାର ଦିନ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜୁରାଖମନ ଗ୍ରାମର ଈଶ୍ୱର ଭୋଇ, ଖଲିଆମୁଣ୍ଡା ଗ୍ରାମର ସାମେଲ ମାଝୀ ଓ ସିନ୍ଦୁର ମାଝୀ। ସେମାନେ ହାତୀ ଦାନ୍ତକୁ ଜଙ୍ଗଲରେ ହିଁ ଲୁଚାଇ ରଖିଥିଲେ।
ମୃତ ହାତୀର ଦାନ୍ତ ଜବତ, ୩ ଗିରଫ
Advertisment
Follow Us