ବର୍ଷ ଆରମ୍ଭରୁ ହାତୀ ଉପଦ୍ରବ: ଗାଁରେ ପଶି ଜଣଙ୍କୁ କଚାଡ଼ି ମାରିଲା ଦନ୍ତା, ୨ଜଣ ଗୁରୁତର

Advertisment

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଓ କରଞ୍ଜିଆ ବ୍ଲକ୍‌ ଅଞ୍ଚଳରେ ଉପଦ୍ରବ କରୁଛନ୍ତି ହାତୀପଲ।  ବଡ଼ସାହି ବ୍ଲକ୍‌ ଧାନପୋତା ଗାଁରେ ପଶି ଏକ ଦନ୍ତାହାତୀ ଜଣକୁ କଚାଡ଼ି ମାରିଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଓ କରଞ୍ଜିଆ ବ୍ଲକ୍‌ ଅଞ୍ଚଳରେ ଉପଦ୍ରବ କରୁଛନ୍ତି ହାତୀପଲ।  ବଡ଼ସାହି ବ୍ଲକ୍‌ ଧାନପୋତା ଗାଁରେ ପଶି ଏକ ଦନ୍ତାହାତୀ ଜଣକୁ କଚାଡ଼ି ମାରିଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି।

dgdgddg

ବଡ଼ସାହି/ସିଙ୍ଗଡ଼ା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଓ କରଞ୍ଜିଆ ବ୍ଲକ୍‌ ଅଞ୍ଚଳରେ ଉପଦ୍ରବ କରୁଛନ୍ତି ହାତୀପଲ।  ବଡ଼ସାହି ବ୍ଲକ୍‌ ଧାନପୋତା ଗାଁରେ ପଶି ଏକ ଦନ୍ତାହାତୀ ଜଣକୁ କଚାଡ଼ି ମାରିଥିବା ବେଳେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ବନ ବିଭାଗ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ; ୨୬ ଟିକିଆ ହାତୀପଲ ଗତକାଲି ରାତିରୁ ବଡ଼ସାହି ନିକଟସ୍ଥ ରଙ୍ଗାଡ଼ିହା, ଗୁଆବେହେରା ଜଙ୍ଗଲ ପାଖରେ ବୁଲୁଥିବା ବେଳେ ଆଜି ସକାଳେ ଭରତଚନ୍ଦ୍ରପୁର ପାଖାପାଖି ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀମାନେ ଗତ ରାତିଠାରୁ ଆଜି ଦିନ ୯ଟା ଯାଏ ହାତୀପଲ ଉପରେ ନଜର ରଖିଥିଲେ। ତେବେ ଆଜି ଏହି ହାତୀପଲରୁ ଏକ ଦନ୍ତାହାତୀ ନିକଟସ୍ଥ ଧାନପୋତା ଗାଁ ଭିତରକୁ ପଶି ଆସିଥିଲା। ଫଳରେ ଗାଁରେ ଆତଙ୍କ ଖେଳିଯିବା ସହ ଭୟରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଦନ୍ତାଟି ନବଘନ ସିଂଙ୍କ ପୁଅ ଦିଲ୍ଲୀପ (୩୫)ଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା।

ଗାଁରେ ପଶି ଜଣଙ୍କୁ କଚାଡ଼ି ମାରିଲା ଦନ୍ତା, ୨ଜଣ ଗୁରୁତର
କରଞ୍ଜିଆରେ ବି ନୟାନ୍ତ କଲେ ଝାଡ଼ଖଣ୍ଡୀ ହାତୀ

ସେହିପରି ହାତୀ ଆକ୍ରମଣରେ କନ୍ଦା ମହାନ୍ତ(୨୨) ଓ ରୁହ୍ୟା ସିଂ (୫୫) ବି ଗୁରୁତର ହୋଇଥିଲେ। ଗ୍ରାମବାସୀ ୩ ଜଣଙ୍କୁ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନାକୁ ନେଇଥିଲେ।  ସେଠାରେ ଦିଲ୍ଲୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମଣିଷମରା ଦନ୍ତାଟି ହାତୀପଲ ସହ ମିଶି ଆଜି ଅପରାହ୍‌ଣରେ ଗୁହାଳଡିହି ଜଙ୍ଗଲ ନିକଟରେ ବୁଲୁଥିବା ଜଣାପଡ଼ିଛି। ସେହିପରି ଝାଡ଼ଖଣ୍ଡୀ ହାତୀଙ୍କ ପାଇଁ କରଞ୍ଜିଆ ବ୍ଲକ୍‌ବାସୀ ତ୍ରାହି ତ୍ରାହି ଡାକିଲେଣି। ଏବେ ବିଲରୁ ସବୁ ଧାନ ଅମଳ ହୋଇ ଖଳାକୁ ଅଣାଗଲାଣି। ତେଣୁ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁରେ ପଶୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ୧୨ଟି ହାତୀ ଦରି ସେକ୍ସନ ଅଧୀନ ନୂଆ ଦେଓଗାଁରେ ପଶି ଏକାଧିକ ଘର ଭାଙ୍ଗିଥିଲେ। ପରେ ଏ‌ହି ଦଳରେ ଆଉ ୬ଟି ହାତୀ ମିଶିବା ପରେ ବାକରତଳା ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଏବେ ଏହି ଅଞ୍ଚଳର ଲୋକେ ହାତୀ ଭୟରେ ରାତି ଉଜାଗର ରହୁଛନ୍ତି। ଗତ ୨ ମାସ ହେଲା ହାତୀପଲ ବ୍ୟାପକ ଧନ ଜୀବନ ନଷ୍ଟ କରି ଚାଲିଥିବାରୁ ବନ ବିଭାଗ ଉପରେ ଲୋକଙ୍କ ଆଉ ଭରସା ପାଉନି। ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe