ନିଜ ପାଇଁ ଆଶ୍ରୟ ଖୋଜୁଛି: ପୁଣି ଜଙ୍ଗଲକୁ ଫେରିଯିବ ହାତୀ

Advertisment
ନିଜ ପାଇଁ ଆଶ୍ରୟ ଖୋଜୁଛି: ପୁଣି ଜଙ୍ଗଲକୁ ଫେରିଯିବ ହାତୀ

କଟକ: ଜଗତପୁରରେ ହାତୀ ଉତ୍ପାତ ସଂପର୍କରେ ଅଧିକ ତଥ୍ୟ ଦେଇଛନ୍ତି ଡିଏଫଓ ଅଜିତ କୁମାର ଶତପଥୀ। ସେ କହିଛନ୍ତି, ହାତୀଟି ନିଜ ପାଇଁ ଆଶ୍ରୟ ଖୋଜୁଛି। ଲୋକେ ସହଯୋଗ କଲେ ହିଁ ହାତୀଟି ପୁଣି ଜଙ୍ଗଲକୁ ଫେରିଯିବ।ଲୋକଙ୍କ ଗହଳି ଯୋଗୁଁ ହିଁ ହାତୀ ଏଯାଏଁ ଫେରିବାକୁ ବାଟ ପାଉନାହିଁ।ଏହି କାର୍ଯ୍ୟରେ ପର୍ଯ୍ୟାପ୍ତ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି। ଟ୍ରାଙ୍କୁଲାଇଜ୍ କଲେ ବି ହାତୀଟିକୁ ପୁଣି କେମିତି ସେଠାରୁ ନିଆଯିବ ସେ କଥା ମଧ୍ୟ ଚିନ୍ତା କରୁଛୁ।

ଖୁଣ୍ଟୁଣୀ ଜଙ୍ଗଲରୁ ତିନୋଟି ହାତୀ କାଲି ରାତିରୁ ଆସିଥିବା ଆମ ପାଖେ ଯାହା ଖବର ରହିଛି। ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଉ ଗୋଟିଏ ଛୁଆ ହାତୀକୁ ଆମେ ନଜରରେ ରଖିଛୁ। ଆଉ ଗୋଟିଏ ହାତୀ ସହର ଭିତରେ ଏବେ ବି ଅଛି। ଏହା ଦନ୍ତା ହାତୀ ନୁହେଁ ମାଈ ହାତୀ ବୋଲି ଜଣାଯାଇଛି। ଏବେ ହାତୀଟି କଟକ ମହାନଗର ନିଗମ ଅଞ୍ଚଳର ବାହାରକୁ ଚାଲିଯାଇଛି।

ସୂଚନାଯୋଗ୍ୟ, ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଦୁଇ ଗୁରୁତରଙ୍କୁ ବଡ଼ ମେଡକାଲକୁ ନିଆଯାଉଛି। ଏଣେ ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe