World Wildlife Fund
ଡୁଡୁକା : ପ୍ରତ୍ୟେକ ବର୍ଷ ଆଗଲପୁର (ଡୁଡୁକା) ବ୍ଲକ୍ ଡୁଡୁକା ପଞ୍ଚାୟତ କେଶାଇପାଲି ଗ୍ରାମକୁ ହାତୀ ପଲ ଆସୁଛନ୍ତି। ଏହି ହାତୀମାନେ ଅଞ୍ଚଳରେ ବହୁ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି। ହେଲେ ବନ ବିଭାଗ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନରେ କୁନ୍ଥକୁନ୍ଥ କରୁଛି। ଗତବର୍ଷ ହାତୀ ପଲ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିଲେ। ହେଲେ ବିଭାଗ ପକ୍ଷରୁ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଇ ନଥିଲା।
କେଶାଇପାଲି ଗ୍ରାମର ଦୁଷ୍ମନ୍ତ ପଟେଲ, କେଚା ପଟେଲ, କପୁର୍ଚ୍ଚନ ପଟେଲ, ଅଶୋକ ପଟେଲ, ଅନଙ୍ଗ ପଟେଲ, ଲଳିତ ପଟେଲ, ନବୀନ ପଟେଲ, ମନ ରଞ୍ଜନ ପଟେଲ,ଗୌର ନାଏକ ପ୍ରମୁଖ ଜମି ମାଲିକଙ୍କୁ କ୍ଷତିପୂରଣ ମିଳି ନଥିବା କହିଛନ୍ତି। ସେମାନେ ଏ ସମ୍ପର୍କରେ ସାଲେଭଟା ବନ ବିଭାଗକୁ ଦରଖାସ୍ତ କରିବା ସହ ବିଭାଗୀୟ ସର୍ଭେ ସମୟରେ ମଧ୍ୟ ଜମି ଚିହ୍ନଟରେ ଉପସ୍ଥିତଥିଲେ। କିନ୍ତୁ ଏମାନଙ୍କୁ ବିଭାଗ ପକ୍ଷରୁ କ୍ଷତିପୂରଣ ଦେଉ ନଥିବା ଅଭିଯୋଗ ହୋଇଛି। ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
Follow Us