ଥାନାରେ ହାତୀପଲଙ୍କ ଭଙ୍ଗାରୁଜା

Advertisment
ଥାନାରେ ହାତୀପଲଙ୍କ ଭଙ୍ଗାରୁଜା

ବଣାଇଁଗଡ଼ : ପାଚେରୀ ଭାଙ୍ଗି ହାତୀପଲ କେ.ବଲାଙ୍ଗ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଗତକାଲି ବିଳମ୍ବିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ୧୨ଗୋଟି ହାତୀ ଏହି ତାଣ୍ଡବଲୀଳା ଚଳାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି। ୧୨ଗୋଟି ହାତୀ ଥିବା ଏହି ଦଳ ପ୍ରଥମେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଖରିଆବାହାଲ ଓ ବାଜିଣିଆ ଅଞ୍ଚଳରେ ଧାନ ଖାଉଥିବା ଦେଖି ସ୍ଥାନୀୟ ଲୋକେ ହାତୀପଲକୁ ଘଉଡାଇ ଦେଇଥିଲେ। ପରେ ହାତୀପଲ କେ.ବଲାଙ୍ଗ ଅଞ୍ଚଳରେ ପ୍ରବେଶ କରିଥିଲେ। ପ୍ରଥମେ କେ.ବଲାଙ୍ଗ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗି ବିଦ୍ୟାଳୟ ହତାକୁ ପ୍ରବେଶ କରିଥିଲେ। ଏତିକି ବେଳେ ସମ୍ମୁଖରେ ଥିବା କେ.ବଲାଙ୍ଗ ଥାନା ସୁରକ୍ଷାକର୍ମୀ ଲାଇଟ୍‌ ପକାଇ ହାତୀ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଫଳ ହେଲା ଓଲଟା। ଉତ୍ତ୍ୟକ୍ତ ହାତୀପଲ ମଧ୍ୟରୁ ୩ଗୋଟି ହାତୀ ଥାନା ସମ୍ମୁଖରେ ଜଗି ରହିବା ପରେ ୯ ଗୋଟି ହାତୀ ଥାନା ହତା ମଧ୍ୟକୁ ପାଚେରୀ ଭାଙ୍ଗି ପ୍ରବେଶ କରିବା ପରେ ଚାରିଆଡେ ଛିନ୍‌ଛତ୍ର କରିବା ସହ ରୋଷେଇ ଘରକୁ ଭାଙ୍ଗି ଦେଇଥିଲେ। ବହୁ କଷ୍ଟରେ ଥାନା କର୍ମଚାରୀ ଓ ସିଆର୍‌ପିଏଫ ଯବାନ ହାତୀପଲକୁ ଆଜି ପ୍ରତ୍ୟୁଷରୁ ଘଉଡାଇବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe