କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଧୀବର ବସ୍ତିରେ ହାତୀ କଲା ବ୍ୟାପକ କ୍ଷତି, ଧାନ ଖାଇବା ସହ ଘର ଭାଙ୍ଗିଲା

କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଧୀବର ବସ୍ତିରେ ହାତୀ କଲା ବ୍ୟାପକ କ୍ଷତି, ଧାନ ଖାଇବା ସହ ଘର ଭାଙ୍ଗିଲା

କାମାକ୍ଷାନଗର: କାମାକ୍ଷାନଗରେ ହାତୀ ଉତ୍ପାତ। ତୁମୁସିଙ୍ଗା ଧୀବର ବସ୍ତିରେ ହାତୀ ପଶି ବ୍ୟାପକ କ୍ଷତି କରିଥିବା ଜଣାପଡ଼ିଛି। କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡ ଅଁଳାବେରେଣୀ ସେକ୍ସନ ଅନ୍ତର୍ଗତ ତୁମୁସିଙ୍ଗା ଗାଁ ଧୀବର ବସ୍ତିରେ ଗତକାଲି ରାତିରେ ହାତୀ ବ୍ୟାପକ କ୍ଷୟକ୍ଷତି କରିଥିବା ନେଇ ସୂଚନା ମିଳିଛି।

କିଛି ଲୋକଙ୍କ ଘର ଭାଙ୍ଗିବା ସହ ବସ୍ତାରେ ରଖାଯାଇଥିବା ଧାନ ଖାଇଛି ହାତୀ। ଏହି ବସ୍ତିରେ ରହୁଥିବା ଅରୁଣ ପେଣ୍ଠେଇଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଘରଟି ମାଟିରେ ମିଶାଇ ଦେଇଛି ହାତୀ। ମଧ୍ୟରାତ୍ରୀରେ ଶୋଇଥିବା ସମୟରେ ହାତୀ ଆସିଥିବା ବେଳେ ହଠାତ ହାତୀଟି ଘର ଭାଙ୍ଗିଥିଲା। ଘରେ ଅରୁଣଙ୍କର ଦୁଇ ପୁଅ, ତିନି ଝିଅ, ବହୁ ଓ ପତ୍ନୀଙ୍କୁ ମିଶାଇ ନଅଜଣ ଥିଲେ। ତେବେ ଘର ଭାଙ୍ଗିଥିଲେ ବି ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ଧାନ ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ହାତୀ ନଷ୍ଟ କରିଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe