ଫସଲ ଅମଳ ସମୟରେ ହାତୀପଲ: ଅସୁରକ୍ଷିତ ଭାବେ ଅତିକ୍ରମ କରୁଛନ୍ତି ରେଳଲାଇନ୍‌

Advertisment
ଫସଲ ଅମଳ ସମୟରେ ହାତୀପଲ: ଅସୁରକ୍ଷିତ ଭାବେ ଅତିକ୍ରମ କରୁଛନ୍ତି ରେଳଲାଇନ୍‌

ରାୟଗଡ଼ା: ରାୟଗଡା ସୀମାବର୍ତ୍ତି ଅଞ୍ଚଳରେ ଘୁରି ବୁଲୁଛନ୍ତି ହାତୀପଲ। କ୍ଷେତରେ ପଶି ଧାନ, ଆଖୁ ଖାଇବା ସଙ୍ଗେ ସଙ୍ଗେ ଅନେକ ଫସଲ ମଧ୍ୟ ନଷ୍ଟ କରୁଥିବା ଜଣାପଡିଛି।ଏନେଇ ପ୍ରଥମେ ଆନ୍ଧ୍ର ପ୍ରଶାସନ କମରଡ୍ ମଣ୍ଡଳର ଅର୍ଥମ ୱାଲ୍ସା ଓ ଏହାର ସୀମାବର୍ତ୍ତି ଗ୍ରାମରେ ରାତିରେ କର୍ଫ୍ୟୁ ଜାରି କରାଯାଇଛି। ପୁଣି ଏବେ ଆଠ ଜଣିଆ ହାତୀପଲ ରେଳଲାଇନ୍‌ ଅତିକ୍ରମ କରି ରାୟଗଡ଼ା ଜିଲ୍ଲା ସୀମାରେ ପହଞ୍ଚିଛନ୍ତି।

ରେଳଲାଇନ୍‌ ଅତିକ୍ରମ ହେଉଥିବା ଯୋଗୁଁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ରେଳ ଷ୍ଟେସନରେ କାର୍ଯ୍ୟରତ ଅଧିକାରୀ ୱାଇ ଭେଙ୍କଟେସ ପ୍ରକାଶ କରିଛନ୍ତି ଯେ ସେ କମାରଡ୍ ମଣ୍ଡଳ ଜଙ୍ଗଲ ବିଭାଗକୁ ହାତୀରର ଗତିବିଧି ନେଇ ସୂଚିତ କରାଇଥିଲେ।ଫଳରେ ରାୟଗଡ଼ା ପାର୍ବତୀପୁରମ ଦେଇ ଯିବା ଆସିବା କରୁଥିବା ଯାତ୍ରୀବାହୀ ଟ୍ରେନ ଓ ମାଲ ବୋଝେଇ ଟ୍ରେନ ବାଧାପ୍ରାପ୍ତ ହୋଇଥିଲା। କିଛି ସମୟ ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା ବେଳେ ସମ୍ବଲପୁର ଏକେପ୍ରେସ ସ୍ୱଳ୍ପ ସମୟ ଧରି ପାର୍ବତୀପୁରମ୍ ଷ୍ଟେସନରେ ଅଟକି ଥିଲା।

ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଦନ୍ତା ଅନ୍ୟ ସାତୋଟି ହାତୀ ସହିତ ଖାଦ୍ୟ ସନ୍ଧାନରେ ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ଘୁରି ବୁଲୁଛନ୍ତି। କେତେବେଳେ ଆନ୍ଧ୍ରର କମରଡ୍ ଅଞ୍ଚଳରେ ତ ଆଉ କେତେବେଳେ ଓଡ଼ିଶା ସୀମାରେ ପ୍ରବେଶ କରୁଥିବା ନେଇ ଆନ୍ଧ୍ରର ଜଙ୍ଗଲ ବିଭାଗ ହାତୀ ସଂରକ୍ଷଣ ଅଧିକାରୀ ମନିକଣ୍ଟକେଶ୍ଵର ପ୍ରକାଶ କରିଛନ୍ତି। ଏ ସଂପର୍କରେ ଏସିଏଫ ମନୋଜ ପ୍ରଧାନଙ୍କୁ ପଚରାଯିବାରୁ ସେ ଓଡିଶାରେ ହାତୀ ପଶୁନଥିବା କହିଥିଲେ। ଗତ ତିନି ଚାରି ବର୍ଷ ତଳେ ଆନ୍ଧ୍ର ଦେଇ ଓଡିଶାରେ ପଶିଥିଲେ। କିନ୍ତୁ ଏବେ ଓଡ଼ିଶାରେ ପଶିବା ବିଷୟରେ ଆମ ପାଖରେ କୌଣସି ଖବର ନଥିବା ଦୋହରାଇଥିଲେ। ସେମାନେ ଆନ୍ଧ୍ର ଅଂଚଳରେ ହିଁ ବୁଲୁଥାଇପାରନ୍ତି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe